ମୋତିଲାଲ ଶ୍ରମ ବିଭାଗ ନିର୍ଦ୍ଦେଶକ ହେବାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ବହିଷ୍କୃତ ଡାକ୍ତର ମୋତିଲାଲ ଗୌଡ଼ କିଭଳି ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ ହେଲେ ତାକୁ ନେଇ ଖୋଳତାଳ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜାଲ୍‌ ବିଜ୍ଞପ୍ତି ପ୍ରକାଶ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଥିବା ସମ୍ପର୍କ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ମୋତିଲାଲ ଶ୍ରମ ବିଭାଗରେ ଯୋଗ ଦେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗରୁ ଆବଶ୍ୟକ […]

motilal

motilal

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 10:26 PM IST

Sports

Latest News

motilalଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ବହିଷ୍କୃତ ଡାକ୍ତର ମୋତିଲାଲ ଗୌଡ଼ କିଭଳି ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ ହେଲେ ତାକୁ ନେଇ ଖୋଳତାଳ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜାଲ୍‌ ବିଜ୍ଞପ୍ତି ପ୍ରକାଶ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କର ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଥିବା ସମ୍ପର୍କ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି।

ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ମୋତିଲାଲ ଶ୍ରମ ବିଭାଗରେ ଯୋଗ ଦେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗରୁ ଆବଶ୍ୟକ ଅନୁମତିପତ୍ର ଆଣି ନ ଥିଲେ। ବିନା କ୍ଲିୟରାନ୍ସରେ ସେ ଶ୍ରମ ବିଭାଗର ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ କିପରି ହେଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏହି ପଦବୀ ପାଇବାକୁ ସେ କାହାର ସହାୟତା ନେଇଥିଲେ କି? କେହି ପାୱାରଫୁଲ ମନ୍ତ୍ରୀ ତାଙ୍କୁ ଏଥିପାଇଁ ସହଯୋଗ କରିଛନ୍ତି କି? ଶ୍ରମ ବିଭାଗ ତାଙ୍କୁ ନିଯୁକ୍ତି ଦେବା ବେଳେ ତାଙ୍କ କାଗଜପତ୍ର ଠିକ୍‌ରେ ଯାଞ୍ଚ କରିଥିଲା କି? ଏ ସମସ୍ତ ପ୍ରଶ୍ନ ଉପରେ ତନାଘନା ଆରମ୍ଭ ହୋଇଯାଇଛି।

ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି, “ନିଯୁକ୍ତି ପୂର୍ବରୁ ଶ୍ରମ ବିଭାଗ ଯାଞ୍ଚ କରିବା କଥା। ପୂର୍ବରୁ କେଉଁଠି ଚାକିରି କରିଛନ୍ତି କି? ଯଦି କରିଛନ୍ତି ତା’ର ନୋ ଅବଜେକସନ୍‌ ପ୍ରମାଣପତ୍ର ଆଣିବା କଥା।”

ଫାକଟ୍ରି ଓ ବଏଲର ନିର୍ଦ୍ଦେଶକ ପି.ସି. ଦାସ କହିଛନ୍ତି, “ସେ ଡେପୁଟେସନରେ ଆମ ବିଭାଗକୁ ଆସିଥିଲେ। ଗୋଟିଏ ଘଟଣାରେ ୬୩ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି। ଆଉ ୧ କୋଟି ୬୦ ଲକ୍ଷ ଟଙ୍କାର ଆତ୍ମସାତ ହେବାକୁ ଯାଉଥିବା ବେଳେ ପ୍ରକୃତ ଘଟଣା ଜଣାପଡିଗଲା।

ମନ୍ତ୍ରୀ ଓ ବିଧାୟକଙ୍କୁ ଧରି ମୋତିଲାଲ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ କରିଥିବା ଚର୍ଚ୍ଚା ହେଉଛି। ଆଇନ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ବ୍ୟୋମକେଶ ରାୟ, ଅନୁଭବ ପଟ୍ଟନାୟକ ଏବଂ ପ୍ରଣବ ବଳବନ୍ତରାୟ ମୋତିଲାଲଙ୍କୁ ସୁରକ୍ଷା ଦେଉଥିବା ବିଜେପି ଅଭିଯୋଗ କରିଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ସ୍ୱାସ୍ଥ୍ୟ ବିଭାଗରୁ ଫେରାର ମୋତିଲାଲଙ୍କୁ ଆଇନ ମନ୍ତ୍ରୀ ସାହୁ ଏବଂ ବିଧାୟକ ରାୟଙ୍କ ସହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଦେଖିବେ କୋର୍ଟରେ ତାଙ୍କୁ କିପରି ସୁରକ୍ଷା ଦିଆଯିବ।”

ଯୁବ କଂଗ୍ରେସ ସଦସ୍ୟ ମନୋଜ କୁମାର ବିଶ୍ୱାଳ କହିଛନ୍ତି, “ଶାସକ ଦଳର ଯୁବ ବିଧାୟକ ଓ ମନ୍ତ୍ରୀ ତାଙ୍କର ନିକଟତର ଥିବାରୁ ତାଙ୍କୁ ବଞ୍ଚାଇବାକୁ କ୍ରାଇମବ୍ରାଞ୍ଚ ଡିଜି ଜାଣିଶୁଣି ଏହାକୁ ଶିଥିଳ କରିଛନ୍ତି। ସମ୍ପୃକ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଗିରଫ କରା ନ ଗଲେ ଆମେ ଆନ୍ଦୋଳନ କରିବୁ। କ୍ରାଇମବ୍ରାଞ୍ଚ ତଦନ୍ତରୁ ପ୍ରକୃତ ତଥ୍ୟ ପଦାକୁ ଆସିବ ନାହିଁ। ଏହାର ସିବିଆଇ ତଦନ୍ତ କରାଯାଉ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ସରକାର ଯଦି ସୁରକ୍ଷା ଦେବାର ଥିଲା ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇ ନ ଥାନ୍ତେ। ସଜ୍ଜନ ବାବୁ ସବୁ ଶାଳୀନତାକୁ ଭାଙ୍ଗି ଆକ୍ଷେପ କରୁଛନ୍ତି ବିଜେଡି କୋର୍ଟରେ ମଧ୍ୟ ରାଜନୀତି କରୁଛି। ଏହା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା। ଯାହା ଦର୍ଶା ଯାଉଛି ଯଦି ସତ ହୋଇଥିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ହାଇକୋର୍ଟରୁ ମୋତିଲାଲଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ହଟାଇବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ। ଅନ୍ୟପକ୍ଷରେ ମୋତିଲାଲ ଓ ପାଥୋଲାବ ମଧ୍ୟରେ ମଧ୍ୟସ୍ଥତା କରି ଗିରଫ ହୋଇଥିବା ସୁକାନ୍ତ ଆଚାର୍ଯ୍ୟଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ଆବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos