/odisha-reporter/media/post_attachments/uploads/2018/02/kabab-copy.jpg)
kabab copy
ଆବଶ୍ୟକ ସାମଗ୍ରୀ: ମାଂସ(ବୋନ୍ ଲେସ୍), ପିଆଜ, ରସୁଣ, ଅଦା, ଡାଲଚିନି, ଅଣ୍ଡା, ମଇଦା, ଧନିଆ ପତ୍ର, ତେଲ, ଲଙ୍କା, ଲୁଣ ଓ ହଳଦୀ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପିଆଜ, ଅଦା ଓ ରସୁଣ କୁ ଚିକ୍କଣ କରି ବାଟିଦିଅନ୍ତୁ। ଲଙ୍କା, ଗୁଜୁରାତି ଓ ଡାଲଚିନି କୁ ମଧ୍ୟ ବାଟି ଦିଅନ୍ତୁ। ପ୍ରଥମେ ମାଂସରେ ଦହି, ବଟା ମସଲା, ଗରମ ମସଲା, ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଗୋଳାଯାଇଥିବା ମାଂସକୁ କମ୍ ଆଞ୍ଚରେ ବସାନ୍ତୁ। ମାଂସ ସିଝିଗଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ବର୍ତ୍ତମାନ କଞ୍ଚା ଅଣ୍ଡାକୁ ଫେଣ୍ଟି ରଖନ୍ତୁ। ଏଥିରେ କିଛି ମଇଦାକୁ ଭଲ କରି ମିଶାଇ ଦିଅନ୍ତୁ। ମାଂସ ଥଣ୍ଡାହେଲେ ତାୱାରେ ତେଲ ଗରମ କରି ଗୋଟିଏ ଗୋଟିଏ କରି ମାଂସ ପିସ୍କୁ ଅଣ୍ଡା ଫେଣ୍ଟାରେ ବୁଡାଇ ଲାଲ୍ ହେବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ମୋଗଲାଇ କବାବ୍। ସସ୍ କିମ୍ବା ଚଟଣୀ ସହ ଗରମ ଗରମ ପରଷନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
