Advertisment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମୁଗ ଡାଲି କୋଫ୍‌ତା

ଆବଶ୍ୟକ ସାମଗ୍ରୀ: ମୁଗଡ଼ାଲି, ପାଳଙ୍ଗ ଶାଗ, ଧନିଆ ପତ୍ର, କଞ୍ଚାଲଙ୍କା, ଅଦା, ରସୁଣ, ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦି, ଟମାଟୋ ପ୍ୟୁରି, ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗଡ଼ାଲିକୁ ଭଲ ଭାବରେ ଧୋଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ। ଅଦା, ରସୁଣ, ଲଙ୍କା ଦେଇ ମୁଗ ଡାଲିକୁ ବାଟି ଦିଅନ୍ତୁ। ଧ୍ୟାନ ଦେବେ ବାଟଣ ଯେପରି ପାଣିଆ ହେବ ନାହିଁ। ବର୍ତ୍ତମାନ ପାଳଙ୍ଗ ଶାଗକୁ ଚୂନାଚୂନା କରି କାଟି ଏଥିରେ […]

ଅଦ୍ୟତନ ହୋଇଛି
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମୁଗ ଡାଲି କୋଫ୍‌ତା

llllllllllllllllllllllllll

Advertisment

ଆବଶ୍ୟକ ସାମଗ୍ରୀ: ମୁଗଡ଼ାଲି, ପାଳଙ୍ଗ ଶାଗ, ଧନିଆ ପତ୍ର, କଞ୍ଚାଲଙ୍କା, ଅଦା, ରସୁଣ, ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦି, ଟମାଟୋ ପ୍ୟୁରି, ତେଲ ଏବଂ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗଡ଼ାଲିକୁ ଭଲ ଭାବରେ ଧୋଇ ୧ ଘଣ୍ଟା ବତୁରାଇ ଦିଅନ୍ତୁ। ଅଦା, ରସୁଣ, ଲଙ୍କା ଦେଇ ମୁଗ ଡାଲିକୁ ବାଟି ଦିଅନ୍ତୁ। ଧ୍ୟାନ ଦେବେ ବାଟଣ ଯେପରି ପାଣିଆ ହେବ ନାହିଁ। ବର୍ତ୍ତମାନ ପାଳଙ୍ଗ ଶାଗକୁ ଚୂନାଚୂନା କରି କାଟି ଏଥିରେ ପକାନ୍ତୁ। ଶାଗ ନ ଥିଲେ ଧନିଆପତ୍ର ଦେଇପାରନ୍ତି। ଏବେ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଦେଇ ଭଲ ଭାବରେ ମିଶାନ୍ତୁ। କଡ଼େଇରେ ତେଲ ଗରମ କରି ଏହି ମିଶ୍ରଣକୁ ବଡ଼ବଡ଼ କୋଫ୍‍ତା ଆକାରରେ ଛାଣନ୍ତୁ। ପକୋଡ଼ା ହୋଇଗଲେ ତାକୁ କାଢ଼ି ପ୍ଲେଟ୍‍ରେ ରଖି ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ତେଲ ନ ଦେଇ ପିଆଜକୁ ବାଦାମୀ ରଙ୍ଗ ହେବା ଯାଏଁ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ତାକୁ ଗ୍ରାଇଣ୍ଡି କରି ପେଷ୍ଟ କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଏହି ପିଆଜ ବଟା, ଅଦା-ରସୁଣ ବଟାକୁ ଭଲ କରି କଷନ୍ତୁ। ମସଲା କଷି ହୋଇଗଲା ପରେ ସେଥିରେ ଆବଶ୍ୟକ ପରିମାଣର ପାଣି ଓ ଲୁଣ ଦେଇ ଏହାକୁ ଫୁଟିବାକୁ ଛାଡ଼ିଦିଅନ୍ତୁ। ମସଲା ଭଲ ଭାବରେ ଫୁଟି ଗଲେ କୋପ୍ତାଗୁଡ଼ିକୁ ସେଥିରେ ପକାଇ ଦିଅନ୍ତୁ। ୨-୩ ମିନିଟ୍‍ ପରେ ଆଞ୍ଚ ବନ୍ଦ କରନ୍ତୁ। ଗରମ ଭାତ କିମ୍ବା ରୁଟି ସହିତ ଏହାକୁ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe