Advertisment

ଯୋଡ଼ାମୁଣ୍ଡ ଶିଶୁଙ୍କ ଆରୋଗ୍ୟ କାମନା କରି ମସଜିଦରେ ସମୂହ ପ୍ରାର୍ଥନା

କଟକ: ଦିଲ୍ଲୀ ଏମ୍ସରେ  ଚିକିତ୍ସାଧୀନ ଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ମସଜିଦରେ ସମୂହ ପ୍ରାର୍ଥନା କରାଯାଇଛି। କଟକ ନିଶ୍ଚିନ୍ତକୋଇଲି ଜଗନ୍ନାଥପୁର ମସଜିଦରେ ଏହି ସମୂହ ପ୍ରାର୍ଥନା କରାଯାଇଛି।  ସୟଦ୍ ମହଲ୍ଲା ବଡଦଣ୍ଡା ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରାର୍ଥନାରେ ବହୁସଂଖ୍ୟାରେ ମୁସଲିମ ଧର୍ମାବଲମ୍ବୀ ଯୋଗ ଦେଇଥିଲେ।

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସରିଯାଇଛି। ମାସେ ଓ ଦେଢ଼ମାସ ଭିତରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ। ଜଗା-କାଳିଆ ଏବେ ଏମ୍ସରେ ଚିକତ୍ସାଧୀନ ଅଛନ୍ତି।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe