Advertisment

ମଟନ୍ କଲିଜା ମସଲା: ସ୍ୱାଦ ନିଆରା

କଲିଜା ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ହେଲେ ମଟନ୍‌ କଲିଜାର ସ୍ୱାଦ ନିଆରା। ଆଜି ଆମେ ଏହି କଲିଜାକୁ ନେଇ ଏକ ରେସିପିର ପ୍ରସ୍ତୁତି ପ୍ରଣାଳୀ ବତାଉଛୁ। ଆସନ୍ତୁ ଜାଣିବା ‘ମଟନ୍ କଲିଜା ମସଲା’ ପ୍ରସ୍ତୁତି ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ କଲିଜା, ତେଲ, ତେଜପତ୍ର, ଡାଲଚିନି, ପିଆଜ, ଘିଅ,ହଳଦୀ, ଲୁଣ, ଟୋମାଟ, ଲଙ୍କା ଗୁଣ୍ଡ, କାଜୁ, ଜିରା,ଅଳେଇଚ, ଜାଇଫଳ, ଗୋଲମରିଚ,ଲବଙ୍ଗ ଓ ନଡ଼ିଆ କୁରା ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଅଳ୍ପ ଆଞ୍ଚରେ ଏକ କଡ଼େଇରେ ତେଲ […]

ଅଦ୍ୟତନ ହୋଇଛି
ମଟନ୍ କଲିଜା ମସଲା: ସ୍ୱାଦ ନିଆରା
Advertisment

କଲିଜା ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ହେଲେ ମଟନ୍‌ କଲିଜାର ସ୍ୱାଦ ନିଆରା। ଆଜି ଆମେ ଏହି କଲିଜାକୁ ନେଇ ଏକ ରେସିପିର ପ୍ରସ୍ତୁତି ପ୍ରଣାଳୀ ବତାଉଛୁ। ଆସନ୍ତୁ ଜାଣିବା ‘ମଟନ୍ କଲିଜା ମସଲା’ ପ୍ରସ୍ତୁତି ପ୍ରଣାଳୀ।

Advertisment

ଆବଶ୍ୟକ ସାମଗ୍ରୀ

କଲିଜା, ତେଲ, ତେଜପତ୍ର, ଡାଲଚିନି, ପିଆଜ, ଘିଅ,ହଳଦୀ, ଲୁଣ, ଟୋମାଟ, ଲଙ୍କା ଗୁଣ୍ଡ, କାଜୁ, ଜିରା,ଅଳେଇଚ, ଜାଇଫଳ, ଗୋଲମରିଚ,ଲବଙ୍ଗ ଓ ନଡ଼ିଆ କୁରା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଳ୍ପ ଆଞ୍ଚରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ଏହାପରେ ତେଜପତ୍ର ଓ ଡାଳଚିନି ପକାଇ ଟିକେ ଭାଜି ଦିଅନ୍ତୁ। ପରେ ପିଆଜ ପକାଇ ଲାଲ ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ କଲିଜା ପକାଇ ୧ରୁ ୨ ମିନିଟ୍ ଯାଏଁ ଘାଣ୍ଟନ୍ତୁ। ଏଥିରେ ଘିଅ, ଲୁଣ ଓ ହଳଦି ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ୮ରୁ ୧୦ ମିନିଟ୍ ଯାଏଁ ଅଳ୍ପ ଆଞ୍ଚରେ ବସାନ୍ତୁ। ଏହି ସମୟ ମଧ୍ୟରେ ପେଷ୍ଟ ତିଆରି କରନ୍ତୁ। କାଜୁ,ଜିରା ଅଳେଇଚ, ଜାଇଫଳ,ଗୋଲମରିଚ, ଲବଙ୍ଗ ଓ ନଡ଼ିଆ କୁରା ପକାଇ ପେଷ୍ଟ କରନ୍ତୁ। କିଛି ସମୟ ପରେ ଟୋମାଟ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହାକୁ ମିଶିବାକୁ ୨ରୁ ୩ ମିନିଟ୍ ଛାଡି ଦିଅନ୍ତୁ। ପରେ ତିଆରି କରିଥିବା ପେଷ୍ଟ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ୫ ମିନିଟ୍ ଘୋଡ଼େଇ ରଖନ୍ତୁ। ଏହାପରେ ଏଥିରେ ଧନିଆ ପତ୍ର ପକାଇ ପ୍ଲେଟ୍‌ରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଟେଷ୍ଟି କଲିଜା ମସଲା’। ତାକୁ ରୁଟି, ଭାତ ଓ ନାନ୍‌ ସହିତ ଗରମ ଗରମ ଖାଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe