Advertisment

ନବଯୌବନ ଦର୍ଶନ ଆରମ୍ଭ:୧୫ ଦିନପରେ ଭକ୍ତଙ୍କୁ ଭେଟିଲେ ଭଗବାନ

ପୁରୀ:ଶ୍ରୀଜିଉଙ୍କ ନବଯୌବନ ଦର୍ଶନରେ ଡେରି ହୋଇଛି। ନୀତିରେ ୪ଘଣ୍ଟା ବିଳମ୍ବ ଯୋଗୁଁ ଦିନ ସାଢ଼େ ୧୧ରେ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମେ ପାରମାଣିକ ଟିକେଟ୍ କାଟି ଲାଇନରେ ଥିବା ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିଛି। ପରେ ସର୍ବ ସାଧାରଣ ଦର୍ଶନ ଚାଲିଛି। ଦୀର୍ଘ ୧୫ ଦିନର ଅପେକ୍ଷା ପରେ ନବଯୌବନ ରୂପରେ ଠାକୁରଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି।

ଗତକାଲି ରାତିରେ ଶ୍ରୀଜିଉଙ୍କ ବନକଲାଗି ନୀତି ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମୁଖ ଶୃଙ୍ଗାର କରିଥିଲେ ଦତ୍ତମହାପାତ୍ର। ଆଜି ରାତି୧୦ଟା ପର୍ଯ୍ୟନ୍ତ ନବଯୌବନ ଦର୍ଶନ ଚାଲିବା ନେଇ ସୂଚନା ରହିଛି।

ଶୃଙ୍ଖଳିତ ନବଯୌବନ ଦର୍ଶନ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭକ୍ତମାନେ ବାରିକେଡ଼ରେ ଧାଡ଼ି ବାନ୍ଧି ମନ୍ଦିର ଭିତରକୁ ଯାଉଛନ୍ତି। ଆଜି ଉଭାଯାତ୍ରାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାରକୁ ନିଆଯିବ।  ତାସାଙ୍ଗକୁ ଆସନ୍ତାକାଲି ଘୋଷଯାତ୍ରା ଲାଗି ଠାକୁରଙ୍କ ନୀତି ଆରମ୍ଭ ହେବ। ନବଯୌବନ ଦର୍ଶନ ସାଙ୍ଗକୁ ଘୋଷଯାତ୍ରା ଲାଗି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe