Advertisment

ଓଡ଼ିଶାରେ ରାଜନୈତିକ ନବକଳେବର ସୁନିଶ୍ଚିତ: ଜୁଏଲ ଓରାମ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ନବକଳେବର ପ୍ରସଙ୍ଗକୁ ଆଜି ଶାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଆଜି ଭୁବନେଶ୍ୱରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜୁଏଲ କହିଛନ୍ତି,“ଓଡ଼ିଶାରେ ରାଜନୈତିକ ନବକଳେବର ସୁନିଶ୍ଚିତ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଓଡ଼ିଶାରେ ରାଜନୈତିକ ପରିବେଶ ଓ ସମୀକରଣ ଯାହା ଥିଲା ଆଉ ତାହା ରହିବ ନାହିଁ।

ସେ ଆହୁରି କହିଛନ୍ତି,“ବିଜେପିକୁ ଥରେ ସୁଯୋଗ ଦେବାକୁ ଲୋକେ ମନସ୍ଥିର କଲେଣି। ନବକଳେବର ଜଗନ୍ନାଥ ଧାମରୁ ହୋଇପାରେ। ନବକଳେବର ସୁନ୍ଦରଗଡ଼ରୁ ମଧ୍ୟ ହୋଇପାରେ। ଅର୍ଥାତ୍ ଆଦିବାସୀ ଦେବତା କିମ୍ବା ଆଦିବାସୀ ଅଞ୍ଚଳରୁ ହୋଇପାରେ।”

ଜୁଏଲ କହିଛନ୍ତି,“କଂଗ୍ରେସ ଅମଳ ପରି ଥାନା ଓ ପୋଲିସ୍‌ ଏବେ ଶାସକ ଦଳ କବଜାରେ ରହିଛି। ରାଜ୍ୟରେ ପିସି କାରବାର ଜୋରଦାର ଚାଲିଛି। ତେଣୁ ସରକାର ବଦଳାଇବାକୁ ଲୋକ ମନ ବଦଳାଇଛନ୍ତି।”

ଗତକାଲି ଧର୍ମେନ୍ଦ୍ର  ପ୍ରଧାନ ପୁରୀରୁ ସବୁଠୁ ବଡ଼ ନବକଳେବର ହେବ ବୋଲି କହିଥିଲେ। ଏହା ସହ ଲୋକ ରାଜ୍ୟ ସରକାରକୁ ବଙ୍ଗୋପସାଗରରେ ପକାଇବାକୁ  ମନ ବଳାଇଲେଣି ବୋଲି ସେ କହିଥିଲେ।

author-image
Ordigital Desk