ଓଡ଼ିଶାରେ ରାଜନୈତିକ ନବକଳେବର ସୁନିଶ୍ଚିତ: ଜୁଏଲ ଓରାମ
- Published: Sunday, 22 October 2017
- , Updated: 22 October 2017, 01:36 PM IST
<p>ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନବକଳେବର ପ୍ରସଙ୍ଗକୁ ଆଜି ଶାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଆଜି ଭୁବନେଶ୍ୱରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜୁଏଲ କହିଛନ୍ତି,“ଓଡ଼ିଶାରେ ରାଜନୈତିକ ନବକଳେବର ସୁନିଶ୍ଚିତ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଓଡ଼ିଶାରେ ରାଜନୈତିକ ପରିବେଶ ଓ ସମୀକରଣ ଯାହା ଥିଲା ଆଉ ତାହା ରହିବ ନାହିଁ।</p>
<p>ସେ ଆହୁରି କହିଛନ୍ତି,“ବିଜେପିକୁ ଥରେ ସୁଯୋଗ ଦେବାକୁ ଲୋକେ ମନସ୍ଥିର କଲେଣି। ନବକଳେବର ଜଗନ୍ନାଥ ଧାମରୁ ହୋଇପାରେ। ନବକଳେବର ସୁନ୍ଦରଗଡ଼ରୁ ମଧ୍ୟ ହୋଇପାରେ। ଅର୍ଥାତ୍ ଆଦିବାସୀ ଦେବତା କିମ୍ବା ଆଦିବାସୀ ଅଞ୍ଚଳରୁ ହୋଇପାରେ।”</p>
<p>ଜୁଏଲ କହିଛନ୍ତି,“କଂଗ୍ରେସ ଅମଳ ପରି ଥାନା ଓ ପୋଲିସ୍‌ ଏବେ ଶାସକ ଦଳ କବଜାରେ ରହିଛି। ରାଜ୍ୟରେ ପିସି କାରବାର ଜୋରଦାର ଚାଲିଛି। ତେଣୁ ସରକାର ବଦଳାଇବାକୁ ଲୋକ ମନ ବଦଳାଇଛନ୍ତି।”</p>
<p>ଗତକାଲି ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ସବୁଠୁ ବଡ଼ ନବକଳେବର ହେବ ବୋଲି କହିଥିଲେ। ଏହା ସହ ଲୋକ ରାଜ୍ୟ ସରକାରକୁ ବଙ୍ଗୋପସାଗରରେ ପକାଇବାକୁ ମନ ବଳାଇଲେଣି ବୋଲି ସେ କହିଥିଲେ।</p>