Advertisment

ନବରଙ୍ଗପୁର: ୩ ପିଲାଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

ନବରଙ୍ଗପୁର: ନିଜର ୩ ପିଲାଙ୍କୁ ବିଷ ଦେବା ପରେ ମାଆ ବିଷ ପିଇ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବରଗାଁ ଡଙ୍ଗରିଗୁଡ଼ାରେ। ଆର୍ଥିକ ଅନଟନ କାରଣରୁ ଗାଁର ଧନୀରାମ ହରିଜନଙ୍କ ପତ୍ନୀ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବଡ଼ ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ସାନ ଝିଅ ୬ ଓ ପୁଅ ୨ ବର୍ଷର। ମୃତ ଦେହଗୁଡିକୁ କୋଷାଗୁମୁଡା ହସ୍ପିଟାଲରେ ରଖାଯାଇଛି। ଖବର ପାଇ […]

ନବରଙ୍ଗପୁର: ୩ ପିଲାଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

nabarangapur-atmahatya

Advertisment

ନବରଙ୍ଗପୁର: ନିଜର ୩ ପିଲାଙ୍କୁ ବିଷ ଦେବା ପରେ ମାଆ ବିଷ ପିଇ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବରଗାଁ ଡଙ୍ଗରିଗୁଡ଼ାରେ। ଆର୍ଥିକ ଅନଟନ କାରଣରୁ ଗାଁର ଧନୀରାମ ହରିଜନଙ୍କ ପତ୍ନୀ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବଡ଼ ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ସାନ ଝିଅ ୬ ଓ ପୁଅ ୨ ବର୍ଷର। ମୃତ ଦେହଗୁଡିକୁ କୋଷାଗୁମୁଡା ହସ୍ପିଟାଲରେ ରଖାଯାଇଛି। ଖବର ପାଇ ସ୍ଥାନୀୟ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

୩ ପିଲାଙ୍କୁ ବିଷ ଦେବା ପରେ ମହିଳା ଜଣଙ୍କ ନିଜେ ବିଷ ପିଇ ଥିଲେ। ଏହାପରେ ଘରେ ନିଆଁ ଲଗାଇ ଦେଇଥିଲେ। ଘଟଣା ସ୍ଥଳରେ ପିଲାମାନଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ କୋଷାଗୁମୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କୋବି ଚାଷ ପାଇଁ ରଖାଯାଇଥିବା କୀଟନାଶକ ପିଲାଙ୍କୁ ପିଆଇବା ପରେ ମହିଳା ଜଣଙ୍କ ନିଜେ ପିଇ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe