Advertisment

ନବରଙ୍ଗପୁର: ୮ ମାସର ଶିଶୁକୁ ଚେଙ୍କ ଦେଲା ବାପା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଗୋଟିଏ ଶିଶୁକୁ ଦିଆଯାଇଛି ଚେଙ୍କ। କୌଣସି ଦିଶାରୀ କିମ୍ବା ଗୁଣିଆ ନୁହେଁ, ଶିଶୁଟିର ବାପା ନିଜେ ଦେଇଛି ଚେଙ୍କ। ଶିଶୁଟି ପେଟରେ ଦିଆଯାଇଛି ୫ରୁ ଅଧିକ ଚେଙ୍କ। ଚେଙ୍କ ଦିଆଯିବା ପରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଘଟଣାଟି ଘଟିଛି ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ମାହଭଟ୍ଟା ଗାଁରେ। ଗାଁର ରାମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନବରଙ୍ଗପୁର: ୮ ମାସର ଶିଶୁକୁ ଚେଙ୍କ ଦେଲା ବାପା

chenka

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ଗୋଟିଏ ଶିଶୁକୁ ଦିଆଯାଇଛି ଚେଙ୍କ। କୌଣସି ଦିଶାରୀ କିମ୍ବା ଗୁଣିଆ ନୁହେଁ, ଶିଶୁଟିର ବାପା ନିଜେ ଦେଇଛି ଚେଙ୍କ। ଶିଶୁଟି ପେଟରେ ଦିଆଯାଇଛି ୫ରୁ ଅଧିକ ଚେଙ୍କ। ଚେଙ୍କ ଦିଆଯିବା ପରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି।

Advertisment

ଘଟଣାଟି ଘଟିଛି ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ମାହଭଟ୍ଟା ଗାଁରେ। ଗାଁର ରାମ ଗଣ୍ଡଙ୍କର ୮ ମାସର ପୁଅର ଦେହ ଖରାପ ହେବାରୁ ତାକୁ ହାଟଉତ୍ତଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ ପରିବାର ଲୋକେ। ଛୁଆଟି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇଛି। ତେବେ ସେଠାରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ନ ହେବାରୁ ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ରାମ ଗଣ୍ଡ ତା’ ଦେହରେ ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଗଲା। ତେଣୁ ରାମ ଗଣ୍ଡ ପୁଅକୁ ନେଇ ଉମରକୋଟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ରାମ ଗଣ୍ଡ କହିଛନ୍ତି,‘ମୋ ବାପା ଛୁଆମାନଙ୍କୁ ଚେଙ୍କ ଦେଉଥିଲା। ଏଣୁ ଚେଙ୍କ ଦେଲେ ପୁଅର ଦେହ ଭଲ ହୋଇ ଯିବ ଭାବି ମୁଁ ନିଜେ ଚେଙ୍କ ଦେଇଥିଲି। ମୋତେ କେହି ଚେଙ୍କ ଦେବାକୁ କହି ନ ଥିଲେ। ତେବେ ପୁଅର ଦେହ ଭଲ ହୋଇ ନ ଥିଲା। ସକାଳେ ଅଙ୍ଗନବାଡ଼ି ଦିଦି ଆସି ପୁଅକୁ ଡାକ୍ତରଖାନା ନେଇ ଯିବାକୁ କହିଥିଲେ।’

Advertisment

ଗତକାଲି ରାତିରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶିଶୁ ରୋଗ ୱାର୍ଡରେ ଶିଶୁଟିର ଚିକିତ୍ସା ଚାଲିଛି। ଡାକ୍ତର ସୁଶାନ୍ତ ପଣ୍ଡା କହିଛନ୍ତି ଯେ ଛୁଆଟିର ସ୍ୱାସ୍ଥ୍ୟାବସ୍ଥା ଆପାତତଃ ଭଲ ଅଛି। ତା’ର ଶ୍ୱାସ ରୋଗ ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ଗତ ତିନି ମାସ ମଧ୍ୟରେ ୫ ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ନଜରକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।