/odisha-reporter/media/post_attachments/uploads/2017/01/nachika-linga-1.jpg)
nachika-linga
ଜୟପୁର: ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କ ପଞ୍ଚାୟତ ନିର୍ବାଚନ ଲଢିବାର ଆଶ ଆଶାରେ ରହିଯାଇଛି। ନାରାୟଣପାଟଣା ଜିଲ୍ଲା ପରିଷଦ ପାଇଁ ନାଚିକା ଦାଖଲ କରିଥିବା ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ସେ ଆଉ ନିର୍ବାଚନ ଲଢି ପାରିବେ ନାହିଁ।
Advertisment
ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବା ନାଚିକା ଜେଲ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ଗତକାଲି ନାରାୟଣପାଟଣାରୁ ଜିଲ୍ଲା ପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଭରିଥିଲେ।
ସେହିପରି ନାଚିକାଙ୍କ ପତ୍ନୀ ଟିକାଇ ନାଚିକା ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନାରାୟଣପାଟଣା ବ୍ଲକ ପୋଡ଼ାପଦର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
