ନଗଡ଼ା ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସରକାର ଯତ୍ନବାନ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମଡ଼କ ଘଟଣା ପଦାକୁ ଆସିବାର ୨ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଅନ୍ୟ କେଉଁଠି ନଗଡ଼ା ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସରକାର ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, “ନଗଡ଼ା ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।” ତେବେ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ […]

cm

cm

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 11:15 PM IST

Sports

Latest News

cmଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମଡ଼କ ଘଟଣା ପଦାକୁ ଆସିବାର ୨ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଅନ୍ୟ କେଉଁଠି ନଗଡ଼ା ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସରକାର ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ନଗଡ଼ା ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।”

ତେବେ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତାମାନେ ଆଜି ନଗଡ଼ା ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆଦିବାସୀ ଅଞ୍ଚଳ ପାଇଁ ରାଜ୍ୟପାଳ ତାଙ୍କ ସାମ୍ବିଧାନିକ ଅଧିକାରକୁ ବ୍ୟବହାର କରିବାକୁ ଦଳ ଦାବି କରିଛି।

ପଣ୍ଡା କହିଛନ୍ତି, “କିଛିଦିନ ମଧ୍ୟରେ ଅପପୁଷ୍ଠି କାରଣରୁ ନଗଡ଼ାରେ ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲୁ। ଶୀଘ୍ର ଆଦିବାସୀ ଉନ୍ନୟନର ବୈଠକ ଡାକି ସେମାନଙ୍କୁ କିପରି ସୁବିଧା ସୁଯୋଗ ଦିଆଯିବ ସେନେଇ ଆଲୋଚନା କରିବେ ବୋଲି ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।”

କଂଗ୍ରେସ ମଧ୍ୟ ନଗଡ଼ା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି।‘ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ନଗଡ଼ା ଘଟଣା ପରି ଲଜ୍ଜ୍ୟାଜନକ ସ୍ଥିତି ଆଉ ନାହିଁ। ଏ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ଘଟିବ ନାହିଁ। ସରକାର ବିକାଶର ନାଁ କହି ବିନାଶର ଡିମଡିମା ପିଟୁଛନ୍ତି। କେବଳ ନଗଡ଼ା ନୁହେଁ ଏମିତି ବହୁ ଅଞ୍ଚଳ ଅଛି ଯେଉଁଠି ଏ ସରକାର ପହଞ୍ଚି ପାରିନାହିଁ।”

ଅନ୍ୟପକ୍ଷରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନଗଡ଼ାର ନଗ୍ନ ରୂପ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ନିଜକୁ ଦାୟୀ କରିଛନ୍ତି। ସୁକିନ୍ଦାର ୫ ଥର ବିଧାୟକ ହୋଇଥିବା ଘଡେଇ ନଗଡ଼ାର ବିକାଶ ନ ହେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଆମେ ଲୋକ ପ୍ରତିନିଧି ଏଥିପାଇଁ ଦାୟୀ। ଆମକୁ ସେମାନଙ୍କୁ କ୍ଷମା ମାଗିବାକୁ ପଡିବ। ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story