Advertisment

୫୦,୬୪୮ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିଲେ

ଭୁବନେଶ୍ୱର: ୨୦୧୭ ନୂଆବର୍ଷରେ ନନ୍ଦନକାନନ ୫୭ବର୍ଷର ରେକର୍ଡ଼ ଭାଙ୍ଗିଛି। ଏଥର ୫୦,୬୪୮ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲି ମଜା ଉଠାଇଛନ୍ତି। ଟିକେଟ ବିକ୍ରି ବାବଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଜି ୧୧ ଲକ୍ଷ ୩୨ ହଜାର ୭୪୬ ଟଙ୍କା ସଂଗ୍ରହ କରିଛନ୍ତି। ସେହିପରି ବଟାନିକାଲ ଗାର୍ଡେନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥର ୫୬୬୪ ଜଣ ପର୍ଯ୍ୟଟକ ବଟାନିକାଲ ଗାର୍ଡ଼େନ ପରିଦର୍ଶନ କରିଥିଲେ। ଟିକେଟ ବାବଦକୁ କର୍ତ୍ତୃପକ୍ଷ ୧ ଲକ୍ଷ ୯୫ ହଜାର ୪୭୧ ଟଙ୍କା […]

ଅଦ୍ୟତନ ହୋଇଛି
୫୦,୬୪୮ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିଲେ

nandankanan

Advertisment

ଭୁବନେଶ୍ୱର: ୨୦୧୭ ନୂଆବର୍ଷରେ ନନ୍ଦନକାନନ ୫୭ବର୍ଷର ରେକର୍ଡ଼ ଭାଙ୍ଗିଛି। ଏଥର ୫୦,୬୪୮ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲି ମଜା ଉଠାଇଛନ୍ତି। ଟିକେଟ ବିକ୍ରି ବାବଦରୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଜି ୧୧ ଲକ୍ଷ ୩୨ ହଜାର ୭୪୬ ଟଙ୍କା ସଂଗ୍ରହ କରିଛନ୍ତି। ସେହିପରି ବଟାନିକାଲ ଗାର୍ଡେନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଥର ୫୬୬୪ ଜଣ ପର୍ଯ୍ୟଟକ ବଟାନିକାଲ ଗାର୍ଡ଼େନ ପରିଦର୍ଶନ କରିଥିଲେ। ଟିକେଟ ବାବଦକୁ କର୍ତ୍ତୃପକ୍ଷ ୧ ଲକ୍ଷ ୯୫ ହଜାର ୪୭୧ ଟଙ୍କା ସଂଗ୍ରହ କରିଛନ୍ତି। ପ୍ରବଳ ଭିଡକୁ ଲକ୍ଷ୍ୟକରି କମିଶନରେଟ ପୋଲିସ୍‌ ପକ୍ଷରୁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Advertisment

ଏହା ପୂର୍ବରୁ ୨୦୧୪ ଜାନୁଆରୀ ୧ ତାରିଖରେ ୫୦,୩୩୮ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe