narasingha and prakash
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଡିଏସ୍ ଚାଉଳ ବାବଦକୁ ୨୭ ଟଙ୍କା ଦେଉଥିବା ବେଳେ ନବୀନ ଦେଉଛନ୍ତି ମାତ୍ର ୨ ଟଙ୍କା। ଏହା ସମ୍ପୂର୍ଣ୍ଣ ମୋଦି ଚାଉଳ। ନବୀନ ଚାଉଳ ନୁହେଁ। କେନ୍ଦ୍ରୀୟ ଯୋଜନାକୁ ପରିବର୍ତ୍ତନ କରି ନବୀନ ଲୋକଙ୍କ ପାଖକୁ ଯାଉଛନ୍ତି ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ସେ ଏହା କହିଛନ୍ତି।
ଏହାର ଜବାବ ଦେଇଛି କଂଗ୍ରେସ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ଗରିବଙ୍କୁ ଦିଆଯାଉଥିବା ଟଙ୍କିକିଆ ଚାଉଳ ନା ମୋଦିଙ୍କର ନା ନବୀନଙ୍କର। ଏହି ଚାଉଳ କାହା ପୈତୃକ ସମ୍ପତ୍ତି ନୁହେଁ।
ସେ କହିଛନ୍ତି-“କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ସଂସଦରେ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରସ୍ତୁତ କରାଯାଇଥିଲା। ସେହି ଆଇନ୍ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର କେଜିଏ ଚାଉଳ ପିଛା ରାଜ୍ୟମାନଙ୍କୁ ୩ ଟଙ୍କା ଦେଉଛନ୍ତି। ରାଜ୍ୟ ସରକାର ନିଜ ରାଜକୋଷରୁ ଆଉ ଦୁଇ ଟଙ୍କା ଖର୍ଚ୍ଚ କରି ଗରିବଙ୍କ ନିକଟରେ ଚାଉଳ ପହଞ୍ଚାଉଛନ୍ତି। ଏହା ସତ୍ତ୍ୱେ ଯଦି କିଏ ଦାବି କରୁଥାଏ ଇଏ ମୋଦି ଚାଉଳ, ତାହାହେଲେ ସେଇଟା ଭୁଲ୍। ଯଦି କେହି ମୋଦି ଚାଉଳ ବୋଲି କହୁଥାଏ, ତାହାଠାରୁ ହୀନ ରାଜନୀତି କିଛି ଥାଇନପାରେ।”
[vc_video link="" align="center"]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
