ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁରରେ ହେବ ଉପନିର୍ବାଚନ। କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନକୁ ନିଜ କବ୍ଜାକୁ ନେବା ପାଇଁ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଦେଇଛନ୍ତି ଖୁସି ଖବର। ଏଠାରେ ନିର୍ମାଣ ହେବ ରାଜ୍ୟର ପ୍ରଥମ ଭୂତଳ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପର ନାଁ ଗଙ୍ଗାଧର ମେହେର ଲିପ୍ଟ କେନାଲ୍ ସିଷ୍ଟମ୍। ବରଗଡ଼ ମୁଖ୍ୟ କେନାଲରୁ ଅଣ୍ଡରଗ୍ରାଉଣ୍ଡ ପାଇପ୍ ଲାଇନ୍ ଯୋଗେ ବିଜେପୁରକୁ ଜଳ ସେଚନର ଯୋଜନା ରଖାଯାଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
Advertisment
ନବୀନ କହିଛନ୍ତି-“ଏହି ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଖରିଫରେ ୨୫ ହଜାର ଓ ରବିରେ ୭ ହଜାର ହେକ୍ଟର ଜମିରେ ଜଳ ସେଚନ କରିବାର ଲକ୍ଷ୍ୟ ରଖାଯାଇଛି।”
[vc_video link="" align="center"]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
