Advertisment

ନୟାଗଡ଼: ଖଣ୍ଡପଡ଼ା ପଞ୍ଚାୟତ ସମିତି ବୈଠକ ପାଲଟିଲା ରଣକ୍ଷେତ୍ର, ଫୋର୍ସ ମୁତୟନ

ନୟାଗଡ଼: ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ଖଣ୍ଡପଡା ପଞ୍ଚାୟତ ସମିତି ବୈଠକ ରଣକ୍ଷେତ୍ରରେ ପରିଣତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହେବା ସହ ମାରପିଟ ଯାଏଁ କଥା ଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ବସିଥିବା ପଞ୍ଚାୟତ ସମିତି ବୈଠକରେ ବିଧାୟକ ଅନୁଭବ ପଟ୍ଟନାୟକ ଯୋଗ ଦେବାର ଥିଲା। ତେବେ ସେ କୌଣସି କାରଣରୁ ବୈଠକକୁ ଆସି ନ ଥିଲେ। ବିଧାୟକଙ୍କ ଏପରି ଅନୁପସ୍ଥିତିକୁ […]

ଅଦ୍ୟତନ ହୋଇଛି
ନୟାଗଡ଼: ଖଣ୍ଡପଡ଼ା ପଞ୍ଚାୟତ ସମିତି ବୈଠକ ପାଲଟିଲା ରଣକ୍ଷେତ୍ର, ଫୋର୍ସ ମୁତୟନ

khandapada-block

Advertisment

ନୟାଗଡ଼: ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ଖଣ୍ଡପଡା ପଞ୍ଚାୟତ ସମିତି ବୈଠକ ରଣକ୍ଷେତ୍ରରେ ପରିଣତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହେବା ସହ ମାରପିଟ ଯାଏଁ କଥା ଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ଆଜି ବସିଥିବା ପଞ୍ଚାୟତ ସମିତି ବୈଠକରେ ବିଧାୟକ ଅନୁଭବ ପଟ୍ଟନାୟକ ଯୋଗ ଦେବାର ଥିଲା। ତେବେ ସେ କୌଣସି କାରଣରୁ ବୈଠକକୁ ଆସି ନ ଥିଲେ। ବିଧାୟକଙ୍କ ଏପରି ଅନୁପସ୍ଥିତିକୁ ନେଇ ବ୍ଲକ ଉପାଧ୍ୟକ୍ଷା ବୈଜନ୍ତୀବାଳା ମହାନ୍ତି ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଉପାଧ୍ୟକ୍ଷା ଓ ଅଧ୍ୟକ୍ଷ ଶିଶିର ସାହୁ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ପରେ ଏହା ମାରପିଟର ରୂପ ନେବା ସହ ବୈଠକ ସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଦୁଇ ନେତାଙ୍କ ସମର୍ଥକମାନେ ପରସ୍ପରକୁ ଆକ୍ରମଣ କରିଥିଲେ।

ଅଧ୍ୟକ୍ଷ ତାଙ୍କୁ ମାଡ ମାରିଥିବା ଉପଧ୍ୟକ୍ଷା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପ୍ରରୋଚନାରେ ବୈଠକ ଭଣ୍ଡୁର ପାଇଁ ଉଦ୍ୟମ କରାଯାଇଥିବା ସେ ଅନୁମାନ କରୁଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଏ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଦୁଇ ଗୋଷ୍ଠୀ ପକ୍ଷରୁ ଖଣ୍ଡପଡା ଥାନାରେ ୨ଟି ମାମଲା ରୁଜୁ କରାଯାଇଛି।

Advertisment

ଉପାଧ୍ୟକ୍ଷା ବୈଜନ୍ତୀବାଳା ମହାନ୍ତି କହିଛନ୍ତି, କୁମ୍ଭାରପଡା ସମିତି ସଭ୍ୟ ବିଧାୟକଙ୍କ ଅନୁପସ୍ଥିତି କଥା ଉଠାଇଥିଲେ। ଉପାଧ୍ୟକ୍ଷା ହିସାବରେ ଏ ନେଇ ମୁଁ ପଚାରି ଥିଲି। ହେଲେ ଅଧ୍ୟକ୍ଷ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ବିଧାୟକ ନ ରହିଲେ କ’ଣ ବୈଠକ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାସହ ଇଚ୍ଛା ହେଲେ ବୈଠକରେ ରୁହ ନ ହେଲେ ପଳାଇ ଯାଅ ବୋଲି କହିଥିଲେ। ଉପାଧ୍ୟକ୍ଷା ଭାବେ ମୋର ବୈଠକରେ ରହିବାର ଅଧିକାର ଅଛି। ବିଧାୟକ ଆସି ନ ଥିବାରୁ ବୈଠକକୁ ବନ୍ଦ କରାଯାଉ ବୋଲି ମୁଁ ଦାବି କରିଥିଲି। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରିଛି।

ବିଧାୟକଙ୍କ ପ୍ରରୋଚନାରେ ଏପରି କରାଯାଇ ନାହିଁ। କିଛି କାମ ଥିବ ସେଥିପାଇଁ ବିଧାୟକ ଆସି ନ ଥିବେ। ଆମେ ଶୁଣିବାକୁ ପାଇଛୁ ବୈଠକ ନେଇ ବିଧାୟକଙ୍କୁ ଅବଗତ କରାଯାଇନାହିଁ। ତେଣୁ ଏ କଥା ଉଠାଇଥିଲି ବୋଲି ଉପାଧ୍ୟକ୍ଷା ମହାନ୍ତି କହିଛନ୍ତି।

ଅଧ୍ୟକ୍ଷ ଶିଶର ସାହୁ କହଛନ୍ତି, ବିଧିବ୍ୟବସ୍ଥା ଅନୁସାରେ ବିଡିଓ ବିଧାୟକଙ୍କୁ ଚିଠି କରି ବୈଠକ ସମ୍ପର୍କରେ ଅବଗତ କରିଥିଲେ। ସେ କହିଁକି ଆସିଲେ ନାହିଁ ସେ ସମ୍ପର୍କରେ କିଛି କହି ପାରିବି ନାହିଁ। ଉପାଧ୍ୟକ୍ଷା ବୈଠକରେ ଖରାପ ଭାଷ ପ୍ରୟୋଗ କରିବା ସହ ମୋତେ ଚାପୁଡା ମାରିବାକୁ ଉମ୍ୟମ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯିବ। ବିଧାୟକ ଉପାଧ୍ୟକ୍ଷାଙ୍କୁ ମତାଇ ଏପରି କରାଇଛନ୍ତି ବୋଲି ସାହୁ ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe