Advertisment

ଅନଶନରେ ବସିଲେ ନେତ୍ରାନନ୍ଦ ଦଣ୍ଡସେନା

ରାୟଗଡ଼ା: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଗତକାଲି ଆଜୀବନ କାରାଦଣ୍ଡାଦେଶ ପାଇଥିବା ନେତ୍ରାନନ୍ଦ ଦଣ୍ଡସେନା ଆଜି ରାୟଗଡ଼ା ସବ୍‌-ଜେଲ୍‌ରେ ଆମରଣ ଅନଶନରେ ବସିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ଅଭିଯୋଗ କରି ସେ ଆମରଣ ଅନଶନରେ ବସିଛନ୍ତି। ଏନେଇ ସେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ରାଜକିଶୋର ନାୟକଙ୍କୁ ଏକ ପିଟିସନ୍ ଦେଇଛନ୍ତି। ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍ କହିଛନ୍ତି,“ଆଜି ସକାଳ ୯ଟା ପରେ ସେ ଆମକୁ ଏକ ପିଟିସନ୍‌ ମାଧ୍ୟମରେ ଅନଶନରେ ବସିବା କଥା କହିଥିଲେ। ଏହା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନଶନରେ ବସିଲେ ନେତ୍ରାନନ୍ଦ ଦଣ୍ଡସେନା

dandasena

dandasenaରାୟଗଡ଼ା: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଗତକାଲି ଆଜୀବନ କାରାଦଣ୍ଡାଦେଶ ପାଇଥିବା ନେତ୍ରାନନ୍ଦ ଦଣ୍ଡସେନା ଆଜି ରାୟଗଡ଼ା ସବ୍‌-ଜେଲ୍‌ରେ ଆମରଣ ଅନଶନରେ ବସିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ଅଭିଯୋଗ କରି ସେ ଆମରଣ ଅନଶନରେ ବସିଛନ୍ତି। ଏନେଇ ସେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ରାଜକିଶୋର ନାୟକଙ୍କୁ ଏକ ପିଟିସନ୍ ଦେଇଛନ୍ତି।

Advertisment

ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍ କହିଛନ୍ତି,“ଆଜି ସକାଳ ୯ଟା ପରେ ସେ ଆମକୁ ଏକ ପିଟିସନ୍‌ ମାଧ୍ୟମରେ ଅନଶନରେ ବସିବା କଥା କହିଥିଲେ। ଏହା ପରେ ଆମେ ତାଙ୍କ ପାଇଁ ପୃଥକ କଠୋରୀର ବ୍ୟବସ୍ଥା କରିଛୁ। ତାଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡରର ବ୍ୟବସ୍ଥା କରାଯାଇଛି। ଏହା ସହିତ ତାଙ୍କର ଅନଶନ ସଂପର୍କିତ ସୂଚନା ଜେଲ୍‌ ବିଭାଗ ଏଡିଜି, ବ୍ରହ୍ମପୁର ଡିଆଇଜି, କୋରାପୁଟ ସ୍ଥିତ ସିନିୟର ସୁପରିନ୍‌ଟେଣ୍ଡେଣ୍ଟ୍ ଓ ରାୟଗଡ଼ା ଜିଲ୍ଲାପାଳଙ୍କୁ   ଆମେ ଜଣାଇ ଦେଇଛୁ।”

ସେ କହିଛନ୍ତି,“ ନେତ୍ରାନନ୍ଦ ଦଣ୍ଡସେନା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହିତ ଅନ୍ୟାୟ ହୋଇଛି। ଏହାକୁ ପ୍ରତିବାଦ କରି ସେ ଅନଶନରେ ବସିଛନ୍ତି।”

Advertisment

ଗତକାଲି ଦଣ୍ଡାଦେଶ ପରେ ଅନଶନରେ ବସିବା ନେଇ ସୂଚନା ଦେଇଥିଲେ ନେତ୍ରାନନ୍ଦ ଦଣ୍ଡସେନା।

୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ଦେହରେ କିରୋସିନି ଢାଳି ହତ୍ୟା ଉଦ୍ୟମ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୦୧୩ ନଭେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ତତ୍କାଳୀନ ସ୍କୁଲ୍ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଥିଲା।