Advertisment

ସିନେ ପ୍ରଯୋଜକ ନିରଞ୍ଜନ ରଣାଙ୍କ ବିରୋଧରେ ଲାଗିଲା ଓପିଆଇଡି ଆଇନ

ଭୁବନେଶ୍ୱର:  ବିଲଡର ତଥା ସିନେ ପ୍ରଯୋଜକ ନିରଞ୍ଜନ ରଣାଙ୍କ ବିରୋଧରେ ଜମାକାରୀ ସ୍ୱାର୍ଥ ରକ୍ଷା ଆଇନ ବା ଓପିଆଇଡି ଲାଗିଛି। ଏହାବଳରେ ରଣା କେତେ ସମ୍ପତ୍ତିର ଅଧିକାରୀ ତା’ର ଖୋଳତାଡ଼ କରାଯିବ। ଏ ନେଇ କମିଶନରେଟ ପୋଲିସ୍ ଗୃହ ବିଭାଗକୁ ଚିଠି ଲେଖିବ। ସମ୍ପତ୍ତି ତାଲିକା ମିଳିବା ପରେ ନିର୍ଦ୍ଦିଷ୍ଟ କୋର୍ଟଙ୍କ ଜରିଆରେ ଏହାକୁ ବାଜ୍ୟାପ୍ତି କରାଯାଇ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ଦିଆଯିବ। ୨୦୦୪ ମସିହା ପରଠାରୁ  ନିରଞ୍ଜନ ଜମି ଓ ୨୦୧୧ ମସିହା ପରଠାରୁ ଆପାର୍ଟମେଣ୍ଟ […]

ଅଦ୍ୟତନ ହୋଇଛି
ସିନେ ପ୍ରଯୋଜକ ନିରଞ୍ଜନ ରଣାଙ୍କ ବିରୋଧରେ ଲାଗିଲା ଓପିଆଇଡି ଆଇନ

niranjana

Advertisment

niranjanaଭୁବନେଶ୍ୱର:  ବିଲଡର ତଥା ସିନେ ପ୍ରଯୋଜକ ନିରଞ୍ଜନ ରଣାଙ୍କ ବିରୋଧରେ ଜମାକାରୀ ସ୍ୱାର୍ଥ ରକ୍ଷା ଆଇନ ବା ଓପିଆଇଡି ଲାଗିଛି। ଏହାବଳରେ ରଣା କେତେ ସମ୍ପତ୍ତିର ଅଧିକାରୀ ତା’ର ଖୋଳତାଡ଼ କରାଯିବ। ଏ ନେଇ କମିଶନରେଟ ପୋଲିସ୍ ଗୃହ ବିଭାଗକୁ ଚିଠି ଲେଖିବ। ସମ୍ପତ୍ତି ତାଲିକା ମିଳିବା ପରେ ନିର୍ଦ୍ଦିଷ୍ଟ କୋର୍ଟଙ୍କ ଜରିଆରେ ଏହାକୁ ବାଜ୍ୟାପ୍ତି କରାଯାଇ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ଦିଆଯିବ।

Advertisment

୨୦୦୪ ମସିହା ପରଠାରୁ  ନିରଞ୍ଜନ ଜମି ଓ ୨୦୧୧ ମସିହା ପରଠାରୁ ଆପାର୍ଟମେଣ୍ଟ କାରବାରର ଟିକନିଖ ହିସାବ କାଢ଼ିବ ପୋଲିସ୍। ସେହିପରି ସେ ନିର୍ମାଣ କରିଥିବା ହରିଭାଇ ହାରେନା, ଟାର୍ଗେଟ, ଗୋଟେ ଶୁଆ ଗୋଟେ ଶାରୀ ଭଳି ୬ରୁ ଅଧିକ ଓଡ଼ିଆ ଫିଲ୍ମରେ ଗ୍ରାହକଙ୍କର କେତେ ଟଙ୍କା ଖଟାଯାଇଛି ତା’ର ମଧ୍ୟ ଖୋଳତାଡ଼ ହେବ। ନିରଞ୍ଜନଙ୍କର କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି, ସେଥିରେ କେତେ ଟଙ୍କା ଅଛି ତା’ର ଯାଞ୍ଚ ଆରମ୍ଭ ହୋଇଛି। ସେହିପରି ତାଙ୍କ ନାଁରେ ଥିବା ଦାମୀ ଗାଡ଼ି ସମ୍ପର୍କରେ ଜାଣିବା ଲାଗି ଆରଟିଓଙ୍କୁ ଚିଠି ଲେଖାଯାଇଥିବା ଭୁବନେଶ୍ୱର ଡିସିସି ସତ୍ୟବ୍ରତ ଭୋଇ କହିଛନ୍ତି।

ନିରଞ୍ଜନଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି। ତାଙ୍କ ନାଁରେ ଏତଲା ଦେବା ପାଇଁ  ଆଜି ସହିଦନଗର ଥାନାରେ ଜମାକାରୀଙ୍କ ଭିଡ଼ ଲାଗିଥିଲା। ପୂର୍ବରୁ ଦୁଇଟି ମାମଲାରେ ୪ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିବା ବେଳେ ଆଜି ଆଉ ୪୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe