Advertisment

ଚାଇନିଜ୍‌ରେ ଲଗାନ୍ତୁ ଇଣ୍ଡିଆନ୍‌ ତଡ଼କା: ଏମିତି ପ୍ରସ୍ତୁତ କରନ୍ତୁ ନୁଡୁଲ୍‌ସ ଦୋଷା

ଆବଶ୍ୟକ ସାମଗ୍ରୀ: ନୁଡୁଲ୍‌ସ, ପିଠଉ, ବନ୍ଧାକୋବି, ଧଣିଆ ପତ୍ର, ତେଲ, ପନିର, ସିମଲା ଲଙ୍କା, ଅଦା, ଲେମ୍ବୁ ରସ, ସୋୟା ସସ୍‌, ମଟର, ଗାଜର, ଗୋଲମରିଚ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ତେଲ ଗରମ କରନ୍ତୁ। ଏଥିରେ ଅଦା, କଞ୍ଚା ଲଙ୍କା, ମଟର, ସିମଲା ଲଙ୍କା, ବନ୍ଧା କୋବି ଓ ଗାଜର ପକାଇ ଅଳ୍ପ ନରମ ହେବା ଯାଏଁ ଭାଜନ୍ତୁ। ମନେରଖନ୍ତୁ ପରିବା ଯେପରି ସମ୍ପୂର୍ଣ୍ଣ ସିଝି ନଯାଏ। ବର୍ତ୍ତମାନ ଏଥିରେ […]

author-image
Rakesh Mallick
ଚାଇନିଜ୍‌ରେ ଲଗାନ୍ତୁ ଇଣ୍ଡିଆନ୍‌ ତଡ଼କା: ଏମିତି ପ୍ରସ୍ତୁତ କରନ୍ତୁ ନୁଡୁଲ୍‌ସ ଦୋଷା

foodxxxxxxxxxxxxxxx

ଆବଶ୍ୟକ ସାମଗ୍ରୀ: ନୁଡୁଲ୍‌ସ, ପିଠଉ, ବନ୍ଧାକୋବି, ଧଣିଆ ପତ୍ର, ତେଲ, ପନିର, ସିମଲା ଲଙ୍କା, ଅଦା, ଲେମ୍ବୁ ରସ, ସୋୟା ସସ୍‌, ମଟର, ଗାଜର, ଗୋଲମରିଚ ଗୁଣ୍ଡ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ତେଲ ଗରମ କରନ୍ତୁ। ଏଥିରେ ଅଦା, କଞ୍ଚା ଲଙ୍କା, ମଟର, ସିମଲା ଲଙ୍କା, ବନ୍ଧା କୋବି ଓ ଗାଜର ପକାଇ ଅଳ୍ପ ନରମ ହେବା ଯାଏଁ ଭାଜନ୍ତୁ। ମନେରଖନ୍ତୁ ପରିବା ଯେପରି ସମ୍ପୂର୍ଣ୍ଣ ସିଝି ନଯାଏ। ବର୍ତ୍ତମାନ ଏଥିରେ ପନିର, ନୁଡୁଲ୍‌ସ, ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍ , ଲେମ୍ବୁ ରସ ଓ ଧଣିଆ ପତ୍ର ପକାନ୍ତୁ। ଏହାକୁ ଭଲଭାବେ ମିଶିଯିବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ଆପଣଙ୍କ ଦୋଷା ପୁର ତିଆରି ହୋଇସାରିଛି। ଏବେ ଆସନ୍ତୁ ଦୋଷା ବନାଇବା।

ଏକ ନନ୍‌ଷ୍ଟିକ୍‌ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ ଓ ଏକ ନାପ୍‌କିନ୍‌ରେ ତାୱାକୁ ପୋଛି ଦିଅନ୍ତୁ। ବର୍ତ୍ତମାନ ଏଥିରେ ପତଳା କରି ପିଠଉକୁ ପକାନ୍ତୁ। ତଳ ଯେପରି ଲାଗି ନଯାଏ, ସେଥିପାଇଁ ଚାରିକଡ଼ୁ ଅଳ୍ପ ତେଲ ଦିଅନ୍ତୁ। ପିଠାକୁ ହାଲକା ମାଟିଆ ରଙ୍ଗ ହେବାକୁ ଦିଅନ୍ତୁ। ପରେ ଏହା ଉପରେ ପୂର୍ବରୁ ପ୍ରସ୍ତୁତ ଥିବା ପୁରକୁ ପକାଇ ଗୋଟିଏ ପଟୁ ମୋଡ଼ିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନୁଡୁଲ୍‌ସ ଦୋଷା। ଏହାକୁ ସାମ୍ବର କିମ୍ବା ନଡ଼ିଆ ଚଟଣି ସହ ପରଷନ୍ତୁ।

Advertisment