ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: ଶୈଳଶ୍ରୀବିହାର ବସିନ୍ଦା ତଥା ଯୁବ ପର୍ବତାରୋହୀ ନୃସିଂହ ସାହୁ ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ (56423/18510 ଫୁଟ୍)କୁ ସଫଳତାର ସହ ଆରୋହଣ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅଭିଯାନ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨ ଅକ୍ଟୋବରରେ ଶେଷ ହୋଇଛି। ସାହୁଙ୍କ ସମେତ ଦେଶ ବିଦେଶରୁ ବହୁ ପର୍ବତାରୋହୀ ଏଥିରେ ସାମିଲ ହୋଇଥିଲେ। ସମସ୍ତେ ୨୯ ସେପ୍ଟେମ୍ବର ପୂର୍ବାହ୍ନ ୧୧ଟା ସୁଧା ସଫଳତାରର ସହ ଏଲବ୍ରୁସ ଶିଖରରେ ପହଞ୍ଚିଥିଲେ।</p> <p>୨୮ ତାରିଖ ରାତି ୧୨ଟାରୁ ବେସ୍ କ୍ୟାମ୍ପ୍ ୩୮୦୦ ମିଟର ଉଚ୍ଚରୁ ଯାତ୍ରା ଆରମ୍ଭ ହୋଇଥିଲା। ଶିଖରରେ ପହଞ୍ଚିବା ପାଇଁ ପର୍ବତାରୋହୀଙ୍କୁ ୧୧ ଘଣ୍ଟା ସମୟ ଲାଗିଥିଲା।</p> <p>ସାହୁଙ୍କ କହିବା ଅନୁସାରେ ସେହି ସମୟରେ ତାପମାତ୍ରା ଥିଲା ମାଇନ୍ସ ୩୫ ଡିଗ୍ରୀ। ଏଥିପାଇଁ ଆମକୁ ବହୁତ କଷ୍ଟ ସହିବାକୁ ପଡିଥିଲା। ପୂର୍ବରୁ ସେ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିଞ୍ଜାରୋ (5895 ମିଟର)କୁ ସଫଳତାର ସହ ଆରୋହଣ କରିଛନ୍ତି।</p> <p>ଆସନ୍ତା ୪ ତାରିଖ ବୁଧବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ନୃସିଂହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।