- Videos
- Odisha
- ୟୁରୋପର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କଲେ ଓଡ଼ିଆ ପୁଅ ନୃସିଂହ
ୟୁରୋପର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କଲେ ଓଡ଼ିଆ ପୁଅ ନୃସିଂହ
- Published: Monday, 02 October 2017
- , Updated: 02 October 2017, 03:50 PM IST
<p>ଭୁବନେଶ୍ୱର: ଶୈଳଶ୍ରୀବିହାର ବସିନ୍ଦା ତଥା ଯୁବ ପର୍ବତାରୋହୀ ନୃସିଂହ ସାହୁ ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ (56423/18510 ଫୁଟ୍)କୁ ସଫଳତାର ସହ ଆରୋହଣ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅଭିଯାନ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨ ଅକ୍ଟୋବରରେ ଶେଷ ହୋଇଛି। ସାହୁଙ୍କ ସମେତ ଦେଶ ବିଦେଶରୁ ବହୁ ପର୍ବତାରୋହୀ ଏଥିରେ ସାମିଲ ହୋଇଥିଲେ। ସମସ୍ତେ ୨୯ ସେପ୍ଟେମ୍ବର ପୂର୍ବାହ୍ନ ୧୧ଟା ସୁଧା ସଫଳତାରର ସହ ଏଲବ୍ରୁସ ଶିଖରରେ ପହଞ୍ଚିଥିଲେ।</p>
<p>୨୮ ତାରିଖ ରାତି ୧୨ଟାରୁ ବେସ୍ କ୍ୟାମ୍ପ୍ ୩୮୦୦ ମିଟର ଉଚ୍ଚରୁ ଯାତ୍ରା ଆରମ୍ଭ ହୋଇଥିଲା। ଶିଖରରେ ପହଞ୍ଚିବା ପାଇଁ ପର୍ବତାରୋହୀଙ୍କୁ ୧୧ ଘଣ୍ଟା ସମୟ ଲାଗିଥିଲା।</p>
<p>ସାହୁଙ୍କ କହିବା ଅନୁସାରେ ସେହି ସମୟରେ ତାପମାତ୍ରା ଥିଲା ମାଇନ୍ସ ୩୫ ଡିଗ୍ରୀ। ଏଥିପାଇଁ ଆମକୁ ବହୁତ କଷ୍ଟ ସହିବାକୁ ପଡିଥିଲା। ପୂର୍ବରୁ ସେ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିଞ୍ଜାରୋ (5895 ମିଟର)କୁ ସଫଳତାର ସହ ଆରୋହଣ କରିଛନ୍ତି।</p>
<p>ଆସନ୍ତା ୪ ତାରିଖ ବୁଧବାର ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ନୃସିଂହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।</p>