Advertisment

ଅନ୍ତର୍ଜାତୀୟସ୍ତର କବିତା ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କୁ ସଫଳତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରର କବିତା ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କୁ ସଫଳତା ମିଳିଛି। ଲଣ୍ଡନ ଭିତ୍ତିକ ନେୱାର୍କ ଏଣ୍ଡ ଶେରଉଡ୍ ପୋଏଟ୍ରି କମ୍ପିଟିସନରେ ଜୟପୁରର ଝିଅ ଅନିନ୍ଦିତା ଜାହ୍ନବୀ ସୁଆର ବିଜୟୀ ହୋଇଛନ୍ତି। ୟୁକେ ଟୁରିଜିମ ବିଭାଗ ପକ୍ଷରୁ ଏହି  ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୪ଟି ପର୍ଯ୍ୟାୟରେ ଉନ୍ନୀତ ହେବା ପରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଶ୍ରେଷ୍ଠ ୫ଟି କବିତା ମଧ୍ୟରେ ତାଙ୍କ କବିତା ସ୍ଥାନ ପାଇଥିଲା। ଆୟୋଜକଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ତାଙ୍କୁ ଏହି ସୂଚନା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅନ୍ତର୍ଜାତୀୟସ୍ତର କବିତା ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କୁ ସଫଳତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରର କବିତା ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କୁ ସଫଳତା ମିଳିଛି। ଲଣ୍ଡନ ଭିତ୍ତିକ ନେୱାର୍କ ଏଣ୍ଡ ଶେରଉଡ୍ ପୋଏଟ୍ରି କମ୍ପିଟିସନରେ ଜୟପୁରର ଝିଅ ଅନିନ୍ଦିତା ଜାହ୍ନବୀ ସୁଆର ବିଜୟୀ ହୋଇଛନ୍ତି। ୟୁକେ ଟୁରିଜିମ ବିଭାଗ ପକ୍ଷରୁ ଏହି  ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୪ଟି ପର୍ଯ୍ୟାୟରେ ଉନ୍ନୀତ ହେବା ପରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଶ୍ରେଷ୍ଠ ୫ଟି କବିତା ମଧ୍ୟରେ ତାଙ୍କ କବିତା ସ୍ଥାନ ପାଇଥିଲା। ଆୟୋଜକଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ତାଙ୍କୁ ଏହି ସୂଚନା ମିଳିଥିବା ସେ କହିଛନ୍ତି।

Advertisment

ଏହି ୫ଟି ଶ୍ରେଷ୍ଠ କବିତାକୁ ନେୱାର୍କ ସ୍ଥିତ ନ୍ୟାସନାଲ ସିଭିଲ ୱାର ସେଣ୍ଟରରେ ଏକ ଡିଜିଟାଲ ସ୍କ୍ରିନରେ ପ୍ରଦର୍ଶିତ କରାଯିବ। ଅନିନ୍ଦିତା ହେଉଛନ୍ତି ଜୟପୁର ବିକ୍ରମଦେବ କଲେଜର ଯୁକ୍ତ ୨ କଳା ଛାତ୍ରୀ। ଜଣେ ଯୁଦ୍ଧରତ ସୈନିକଙ୍କ ବୀରତ୍ୱକୁ ନେଇ  Voice from the Past ଶୀର୍ଷକ କବିତା ଲେଖି ସେ ଏହି ସଫଳତା ହାସଲ କରିଛନ୍ତି।