Advertisment

ପ୍ରଶ୍ନ

ଦୋଷ କାହାର? ଝଡୁଥିବା ପତ୍ରର ନା ଦଲ୍‌କାଏ ପବନର କିଏ ଜିତିବ? ବଢୁଥିବା ବୟସ ନା ସରୁଥିବା ଆୟୁଷ, ପରୀକ୍ଷା କାହାର? ଭୋକ ମାରୁଥିବା ମାଆର ନା କିଛି ନ ଜାଣିପାରୁଥିବା ପିଲାର କାହାର କ୍ଷତି? ଧୋକା ଦେଉଥିବା ମଣିଷର ନା ଭୁଲି ଯାଉଥିବା ସ୍ୱଭାବର।   ସଉଦା କାହାର? ବିକ୍ରି ହେଉଥିବା ଇଜ୍ଜତ୍‌ର ନା ତା ପାଉଣା ସ୍ଥିର କରୁଥିବା ମାନସିକତାର ଲାଭ କାହାର? ହରେଇ ଦେଉଥିବା ପରିସ୍ଥିତିର ନା ଜିତିବା ପାଇଁ ବାରମ୍ବାର ଜନ୍ମ […]

ଅଦ୍ୟତନ ହୋଇଛି
ପ୍ରଶ୍ନ

final biswobandita

Advertisment

ଦୋଷ କାହାର? ଝଡୁଥିବା ପତ୍ରର ନା ଦଲ୍‌କାଏ ପବନର

କିଏ ଜିତିବ? ବଢୁଥିବା ବୟସ ନା ସରୁଥିବା ଆୟୁଷ,

ପରୀକ୍ଷା କାହାର? ଭୋକ ମାରୁଥିବା ମାଆର ନା କିଛି ନ ଜାଣିପାରୁଥିବା ପିଲାର

କାହାର କ୍ଷତି? ଧୋକା ଦେଉଥିବା ମଣିଷର ନା ଭୁଲି ଯାଉଥିବା ସ୍ୱଭାବର।

ସଉଦା କାହାର? ବିକ୍ରି ହେଉଥିବା ଇଜ୍ଜତ୍‌ର ନା ତା ପାଉଣା ସ୍ଥିର କରୁଥିବା ମାନସିକତାର

Advertisment

ଲାଭ କାହାର? ହରେଇ ଦେଉଥିବା ପରିସ୍ଥିତିର ନା ଜିତିବା ପାଇଁ ବାରମ୍ବାର ଜନ୍ମ ନେଉଥିବା କଅଁଳ ମନର,

ଏଠି ଅଲୋଡ଼ା କିଏ? ଡଷ୍ଟବିନ୍‌ରୁ ମିଳୁଥିବା ନବଜାତ କନ୍ୟାଟି ନା ପରିଚୟ ପାଇ ନଥିବା ସ୍ତ୍ରୀ ଟି

Advertisment

କିଏ ବେଶି ଉପଭୋଗ କରେ? କର୍ତ୍ତବ୍ୟ ଭୁଲି ଯାଉଥିବା ପୁଅଟି ନା ବୃଦ୍ଧାଶ୍ରମରେ ମୁକ୍ତି ଅନୁଭବ କରୁଥିବା ମାଆଟି।

ଗର୍ବ କାହାକୁ କରିବା ଉତିତ? ବଢୁଥିବା ଅନ୍ଧକାରକୁ ନା ନିକଟ ହେଉଥିବା ସୂର୍ଯ୍ୟକୁ

ଜୀବନ କାହାର? ଧାଉଁଥିବା ପାଦର ନା ଅଧା ଗଢ଼ା ସ୍ୱପ୍ନର,

କିଏ ବିଚାର କରିଛି? ଆଖିରେ କଳା କପଡ଼ା ବାନ୍ଧି ନିକିତି ଧରିଥିବା ନ୍ୟାୟ ହାତରେ, ଖୁସି କାହାର ଆଉ ଦୁଃଖ କାହାର!

ବିଶ୍ୱବନ୍ଦିତା ସ୍ୱାଇଁ

swainbiswobandita@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe