Advertisment

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର,ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ମୌସୁମୀ ଛୁଇଁଛି। ସେହିପରି କେନ୍ଦୁଝର,ଢେଙ୍କାନାଳ, କଟକ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ମୌସୁମୀର ଆଂଶିକ ପ୍ରଭାବ ରହିଛି। ପରିସ୍ଥିତି ଅନୁକୂଳ ଥିବାରୁ ୨ ରୁ ୩ ଦିନ ଭିତରେ ମୌସୁମୀ ରାଜ୍ୟର ବାକି ଜିଲ୍ଲାକୁ  ମଧ୍ୟ ଛୁଇଁବ ବୋଲି  ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଭୁବନେଶ୍ୱର […]

ଅଦ୍ୟତନ ହୋଇଛି
ବଙ୍ଗୋପସାଗରରେ ଲଘୁଚାପ:  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

brasha

Advertisment

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର,ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ମୌସୁମୀ ଛୁଇଁଛି। ସେହିପରି କେନ୍ଦୁଝର,ଢେଙ୍କାନାଳ, କଟକ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ମୌସୁମୀର ଆଂଶିକ ପ୍ରଭାବ ରହିଛି। ପରିସ୍ଥିତି ଅନୁକୂଳ ଥିବାରୁ ୨ ରୁ ୩ ଦିନ ଭିତରେ ମୌସୁମୀ ରାଜ୍ୟର ବାକି ଜିଲ୍ଲାକୁ  ମଧ୍ୟ ଛୁଇଁବ ବୋଲି  ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଦକ୍ଷିଣ  ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି। ଏହାର ପ୍ରଭାବରେ ଓଡ଼ିଶାର ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ ଦୁଇ ଦିନ ହେବ ତାପମାତ୍ରା  କମିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆଜିଠୁ କମ୍ ରହିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe