Advertisment

ପଚାରୁ ନାହାନ୍ତି ନିଜ ରକ୍ତ ସମ୍ପର୍କ: ଏମିତି କଟୁଛି ଏହି ବରିଷ୍ଠ ନାଗରିକଙ୍କ ଜୀବନ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବୟସ୍କ ବ୍ୟକ୍ତିମାନଙ୍କ ସମସ୍ୟାକୁ ନେଇ ଆଜି ଅନେକ ଆଲୋଚନା ହେଉଛି। ଯୁବପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସଭା ଓ ସମିତି କରାଯାଉଛି। ଏହାସତ୍ତ୍ୱେ  ବୟସ୍କ ବ୍ୟକ୍ତିମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏବେ ବହୁ ବୟସ୍କ ବ୍ୟକ୍ତିଙ୍କ ଶେଷ ସମୟ ଜରାନିବାସରେ କଟୁଛି। ତେବେ ଏଠି ପ୍ରଶ୍ନ ଉଠୁଛି, ନିଜ ପରିବାର ପାଇଁ ଯେଉଁ ବ୍ୟକ୍ତି ସୁଖକୁ ଜଳାଞ୍ଜଳି ଦେଇଥିଲା, ତାକୁ କ’ଣ ମିଳିଲା। ଏହା ଉପରେ ଆଜିର ଯୁବପିଢ଼ି ଚିନ୍ତା କରିବାର ଦରକାର। ଏବେ ଚାଲିଛି ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ। ଏହି ଅବସରରେ ଭେଟନ୍ତୁ ନିଜ ପିଲାମାନଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିବା ୩ ବରିଷ୍ଠ ନାଗରିକଙ୍କୁ।

ଗୋବିନ୍ଦ ସେଠ: ବୟସର ଅପରାହ୍ନରେ ଛିଡ଼ା ହୋଇଛନ୍ତି ଗୋବିନ୍ଦ ସେଠ୍‌। ପାଖରେ ପରିବାର ବୋଲି କେହି ନାହିଁ। ଯେଉଁ ପରିବାରକୁ ଦୁଃଖ କଷ୍ଟ ସହି ଗଢ଼ିଥିଲେ, ସେମାନେ ଧୋକ୍କା ଦେଲେ। ଯାହାର ହାତ ଧରି ବାହା ହୋଇଥିଲେ, ସିଏ ପରିବାର ଛାଡ଼ି ଆଉ କାହା ସହିତ ସଂସାର କଲା। ଝିଅ ମଧ୍ୟ ଆଡ଼ ଆଖିରେ ଚାହିଁଲା ନାହିଁ। ଏବେ ଜରାନିବାସରେ ଜୀବନ ଅତିବାହିତ କରୁଛନ୍ତି ଗୋବିନ୍ଦ।

ଚନ୍ଦ୍ରାବତୀ: ଆଉ ଜଣେ ହେଉଛନ୍ତି ଚନ୍ଦ୍ରାବତୀ। ବୟସ ପାଖାପାଖି ସତୁରି। ଅକାଳରେ ସ୍ୱାମୀ ଚାଲିଗଲା ପରେ ପୁଅକୁ ହିଁ ସାହାରା ଭାବି ଥିଲେ। କିନ୍ତୁ ବାହାଘର ପରେ ବଦଳିଗଲା ପୁଅ। ଆରମ୍ଭ ହୋଇଗଲା ନିର୍ଯାତନା। ଏମିତି ବି ଦିନ ଆସିଲା ଯେଉଁଦିନ ନିଜ ପୁଅ ହିଁ ତାଙ୍କୁ ଘରୁ ତଡିଦେଲା। ଏବେ ଜରାନିବାସ ଚନ୍ଦ୍ରାବତୀଙ୍କ ନୂଆ ଠିକଣା।

ପୁନବାସୀ ମେହେର: ଦେଓଗାଁବ୍ଲକ ସାଲେପାଲି ଗାଁରେ ବାର୍ଦ୍ଧକ୍ୟ ଆବାସରେ ରହୁଛନ୍ତି ପୁନବାସୀ ମେହେର। ଆଖିକୁ ଦେଖାଯାଉନି କି ଭଲ କରି ଶୁଣି ପାରୁ ନାହାଁନ୍ତି। ଚମ ଧୁଡ୍‌ ଧୁଡ୍‌ ପଡ଼ିଯାଇଛି। ଦୁଇ ପୁଅଙ୍କ ଅକାଳ ବିୟୋଗ ପରେ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କଲେ। ପରେ ନିଜ ଘରୁ ତଡା ଖାଇଲେ ପୁନବାସୀ। ଏବେ ଜରାନିବାସରେ ଜୀବନ ଅତିବାହିତ କରୁଛନ୍ତି।

[vc_video link="" align="center"]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe