ପୋଲ ତଳକୁ ଖସି ପଡ଼ିଲା ବୋଲେରୋ: ଜଣେ ମୃତ, ୮ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍ଏଚ୍ ୬୦ର ନିଧିପଣ୍ଡା ପୋଲ ଉପରୁ ଗୋଟିଏ ବୋଲେରୋ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ୯ଜଣ ବ୍ୟକ୍ତି କୋଲକାତାକୁ ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।