Advertisment

ନର୍ଲାରୁ ପ୍ରସ୍ତାବିତ ରେଳଡବା ମରାମତି କାରଖାନା ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ବିଧାନସଭାର ଝଡ଼

ଭୁବନେଶ୍ୱର: କଳାହାଣ୍ଡିର ନର୍ଲାରେ ପ୍ରସ୍ତାବିତ ରେଳଡବା ମରାମତି କାରଖାନା ଆନ୍ଧ୍ରପ୍ରଦେଶକୁ ଉଠିବାକୁ ନେଇ ସୋମବାର ବିଧାନସଭାରେ ଉଠିଥିଲା ଝଡ଼। ଏହି ପ୍ରସଙ୍ଗ ଉଠାଇ ବିଜେଡି ପକ୍ଷରୁ ପୁଣି କେନ୍ଦ୍ରୀୟ ଅବହେଳା କଥା କୁହାଯାଇଥିଲା। କଂଗ୍ରେସ ବିଧାୟକମାନେ ଏ ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସହିତ ବିଜେପି ମଧ୍ୟ ଏନେଇ ଆଲୋଚନା କରିବାକୁ […]

ଅଦ୍ୟତନ ହୋଇଛି
ନର୍ଲାରୁ ପ୍ରସ୍ତାବିତ ରେଳଡବା ମରାମତି କାରଖାନା ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ବିଧାନସଭାର ଝଡ଼

assembly

Advertisment

assemblyଭୁବନେଶ୍ୱର: କଳାହାଣ୍ଡିର ନର୍ଲାରେ ପ୍ରସ୍ତାବିତ ରେଳଡବା ମରାମତି କାରଖାନା ଆନ୍ଧ୍ରପ୍ରଦେଶକୁ ଉଠିବାକୁ ନେଇ ସୋମବାର ବିଧାନସଭାରେ ଉଠିଥିଲା ଝଡ଼। ଏହି ପ୍ରସଙ୍ଗ ଉଠାଇ ବିଜେଡି ପକ୍ଷରୁ ପୁଣି କେନ୍ଦ୍ରୀୟ ଅବହେଳା କଥା କୁହାଯାଇଥିଲା। କଂଗ୍ରେସ ବିଧାୟକମାନେ ଏ ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ସହିତ ବିଜେପି ମଧ୍ୟ ଏନେଇ ଆଲୋଚନା କରିବାକୁ ଦାବି କରିଥିଲା। ତେବେ ବାଚସ୍ପତି ଅନୁମତି ନ ଦେବାରୁ ଉଭୟ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

Advertisment

ଆଜି ଗୃହରେ ପ୍ରଥମେ ଏ ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟକ ଅମର ଶତପଥୀ। ସେ କହିଥିଲେ,“ନର୍ଲାରୁ ପ୍ରସ୍ତାବିତ ରେଳଡବା କାରଖାନା ଆନ୍ଧ୍ରପ୍ରଦେଶକୁ ଉଠାଇ ନେବା ଘଟଣା ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳାର ଆଉ ଏକ ନମୁନା।  ଓଡ଼ିଶା ବିରୋଧରେ ଏହା ଏକ ଚକ୍ରାନ୍ତ। ବାଚସ୍ପତି ଏ ନେଇ ରେଳ ବିଭାଗକୁ ରିପୋର୍ଟ ମାଗନ୍ତୁ। ପରିବହନ ମନ୍ତ୍ରୀ ଗୃହରେ ତଥ୍ୟ ଉପସ୍ଥାପନ କରନ୍ତୁ।”

ଏହା ପରେ ଏ ପ୍ରସଙ୍ଗରେ  କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ସଂସଦରେ ବିଜେଡିର ୨୦ ଜଣ ସାଂସଦ ଅଛନ୍ତି। କିନ୍ତୁ ରେଳଡବା ମରାମତି କାରଖାନା ନର୍ଲାରୁ ଆନ୍ଧ୍ରପ୍ରଦେଶ ଉଠିଯିବା ନେଇ ଏମାନେ ଜାଣି ପାରିଲେନି କେମିତି?” ଏହା ସହିତ ଗୃହର କାର୍ଯ୍ୟକ୍ରମକୁ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା ପରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରି ନର୍ଲାରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ସେ ଦାବି କରିଥିଲେ। କିନ୍ତୁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଦଳୀୟ ବିଧାୟକମାନେ ଏହି ଦାବିକୁ ଦୋହରାଇ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦେଇଥିଲେ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏପ୍ରସଙ୍ଗରେ ଆଲୋଚନା ଦାବି କରିଥିଲା। ବିଜେପି ବି ଏ ନେଇ ଆଲୋଚନା କରିବାକୁ ଦାବି କରିଥିଲା। କିନ୍ତୁ ଅନୁମତି ନ ମିଳିବାରୁ ଉଭୟ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

Advertisment

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଆଜି ଶୂନ୍ୟକାଳରେ ଶାସକ ଦଳର ବିଧାୟକମାନେ ନର୍ଲାରୁ ରେଳଡବା ମରାମତି କାରଖାନା ଉଠିଯିବା ପ୍ରସଙ୍ଗ ଉଠାଇଥିଲେ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିରୋଧୀ ଦଳ ନେତା ଭାବେ ମୁଁ ସେମାନଙ୍କୁ ଏ ପ୍ରସଙ୍ଗରେ ସମର୍ଥନ କରିଥିଲି ଓ ଏ ପ୍ରସଙ୍ଗରେ ଆଲୋଚନା କରି ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବାକୁ କହିଥିଲି। କିନ୍ତୁ ଏନେଇ ଅନୁମତି ମିଳି ନ ଥିଲା। ଗୃହ ମୁଲତବି ହୋଇଥିଲା। ଆମେ ଆଶା କରିଥିଲୁ ଗୃହ ମୁଲତବି ହେବା ପରେ ବାଚସ୍ପତି ଓ ସରକାରୀ ଦଳ ଆଲୋଚନା ପାଇଁ ଆମକୁ ଡାକିବେ। ଏ ବିଷୟରେ ଆଲୋଚନା କରିବା ପାଇଁ ସମୟ ଧାର୍ଯ୍ୟ କରିବେ। କିନ୍ତୁ ସେମିତି କିଛି ହେଲା ନାହିଁ। ଏଣୁ ସରକାରଙ୍କର ବିରୋଧୀ ଦଳଗୁଡ଼ିକ ପ୍ରତି ସମ୍ମାନ ନାହିଁ। ବିରୋଧୀ ଦଳଗୁଡ଼ିକୁ ସରକାର ଉପେକ୍ଷା କରୁଛନ୍ତି। ସରକାର ଯଦି ବିରୋଧୀ ଦଳ ଏପରି ଅନୁରୋଧକୁ ବି ରକ୍ଷା କରିବେ ନାହିଁ, ତା’ହେଲେ ଗୃହରେ ବିରୋଧୀ ଦଳ ବସିବେ କାହିଁକି? ଏହା କହି ଆମେ ଆଜି କକ୍ଷତ୍ୟାଗ କଲୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ନର୍ଲାରୁ ରେଳଡବା ମରାମତି କାରଖାନା ଉଠିଯିବା ପ୍ରତିବାଦରେ ଆଜି ବିଜେଡି ବିଧାୟକମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଗୃହରେ ନାରାବାଜି କରିଥିଲେ। ତେଣୁ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲୁ। କିନ୍ତୁ ବାଚସ୍ପତି ଅନୁମତି ଦେଲେ ନାହିଁ। ଏହାର ପ୍ରତିବାଦରେ ଆମେ ଆଜି କକ୍ଷତ୍ୟାଗ କଲୁ। ଆଉ ଏହା ବି କହିଲୁ ଯେ ଆଲୋଚନା କଲେ ନର୍ଲାରୁ ରେଳଡବା କାରଖାନା ସ୍ଥାନାନ୍ତର ନେଇ ରାଜ୍ୟ ସରକାରଙ୍କ ମୁଖା ଖୋଲିଯିବ। ଏନେଇ ସରକାରଙ୍କ ଅପାରଗତା ପଦାରେ ପଡ଼ିଯିବ।”

ସେ ଆହୁରି ମଧ୍ୟ କହିଛନ୍ତି,“ଓଡ଼ିଶା ସରକାର ରେଳଡବା ମରାମତି କାରଖାନା ପାଇଁ ଜମି ଓ ପାଣିର ବ୍ୟବସ୍ଥା କଲେ ନାହିଁ। ଓଲଟା ପାଣିର ବ୍ୟବସ୍ଥା କଲେ ଅଧିକ ଖର୍ଚ୍ଚ ହେବ ଓ ଆମେ ପାଣିର ବ୍ୟବସ୍ଥା କରିପାରିବୁ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଲେ। ପୁଣି କେଉଁଠି ରେଳଡବା ମରାମତି କାରଖାନା ହେବ ତାହା ବି ସ୍ଥିର କରି ପାରିନଥିଲେ। ନର୍ଲା ସହିତ ଗଞ୍ଜାମର ସୀତାପାଲ୍ଲୀର ନାମ କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସଠିକ୍ କେଉଁଠି କରିବାକୁ ଚାହୁଁଛନ୍ତି ତାହା କହିଲେ ନାହିଁ କି ଜମି ଯୋଗାଇ ଦେବା ସଂପର୍କରେ ବି କିଛି କହିଲେ ନାହିଁ। ଏଣୁ ଆମେ ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲୁ।”

ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, “କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ପାଣି ମିଳୁନି କହି ଏହାକୁ ଉଠାଇ ନେଉଛନ୍ତି। ଓଡ଼ିଶାବାସୀଙ୍କ କଟା ଘା’ରେ ଏହା ଚୂନ ବୋଳିବା ସଦୃଶ ହୋଇଛି। ଆମେ ଏ ନେଇ ଗୃହରେ ଦାବି ଉପସ୍ଥାପନ କରିଛୁ, ଆଲୋଚନା ହେବ। କେନ୍ଦ୍ର ସରକାର ଏହାର ପୁନଃବିଚାର କରିବେ ବୋଲି ଆମେ ଆଶା ରଖିଛୁ।”

ନର୍ଲାରୁ ରେଳଡବା ମରାମତି କାରଖାନା ସ୍ଥାନାନ୍ତର ନିଷ୍ପତ୍ତକୁ ବିରୋଧ କରିଛି ସମାଜବାଦୀ ପାର୍ଟି। ଏନେଇ ଆଜି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦଳ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦଳ ଦାବି କରିଛି।

୨୦୧୫-୧୬ ରେଳ ବଜେଟ୍‌ରେ ଗଞ୍ଜାମର ସୀତାପଲ୍ଲୀରେ ରେଳଡବା ନିର୍ମାଣ ଓ କଳାହାଣ୍ଡିର ନର୍ଲାରେ ରେଳଡବା ମରାମତି କାରଖାନା ପ୍ରତିଷ୍ଠା କରାଯିବାକୁ ଘୋଷଣା କରାଯାଇଥିଲା। ତେବେ ରେଳବାଇ କର୍ତ୍ତୃପକ୍ଷ ନର୍ଲାରେ ପ୍ରସ୍ତାବିତ ରେଳଡବା ମରାମତି କାରଖାନାକୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଉଠି ଯାଇଥିବା ନେଇ ସୂଚନା ଦେଇଛନ୍ତି। ହେମନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ନର୍ଲାରେ ପ୍ରସ୍ତାବିତ ରେଳଡବା କାରଖାନା ସଂପର୍କରେ ଆର୍‌ଟିଆଇରେ ମାଗିଥିବା ତଥ୍ୟ ଆଧାରରେ ଏହି ସୂଚନା ଦେଇଛି ରେଳବାଇ। ପରିଚାଳନାଗତ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଞ୍ଜାମର ସୀତାପଲ୍ଲୀରେ ପ୍ରସ୍ତାବିତ ରେଳଡବା ନିର୍ମାଣ କାରଖାନାର ଭବିଷ୍ୟତ ମଧ୍ୟ ଅନ୍ଧାରରେ ରହିଛି। ଏହି କାରଖାନା ନିର୍ମାଣ କରିବା ନେଇ ରେଲୱେ ବୋର୍ଡ ସମୀକ୍ଷା କରୁଥିବା ନେଇ ହେମନ୍ତ ପଣ୍ଡା ଆର୍‌ଟିଆଇରେ ପଚାରିଥିବା ପ୍ରଶ୍ନର ଉତ୍ତରରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe