ପାଜେରୋ ପରେ ୫ଟି କମ୍ପାନୀର ମାଲିକାନାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ସଞ୍ଜୟ

ଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପାଜେରୋ ଗାଡ଼ି କାଗଜପତ୍ରକୁ ନେଇ ସିବିଆଇ ତାଙ୍କୁ ଡକାଇବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ଏହି ସମୟରେ ୫ଟି କମ୍ପାନୀରେ ସଞ୍ଜୟ ଚିଟ୍‌ଫଣ୍ଡ ଅର୍ଥ ଲଗାଇ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ, ଯାହାକୁ ନେଇ ସଞ୍ଜୟଙ୍କ ଅଡୁଆ ବଢି ଯାଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ସଞ୍ଜୟ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ୍‌ ଲିମିଟେଡ, ନୀଳାଚଳ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ, […]

samir-sanjaya-lulu

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 01:23 PM IST

ଭୁବନେଶ୍ୱର: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ପାଜେରୋ ଗାଡ଼ି କାଗଜପତ୍ରକୁ ନେଇ ସିବିଆଇ ତାଙ୍କୁ ଡକାଇବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ଏହି ସମୟରେ ୫ଟି କମ୍ପାନୀରେ ସଞ୍ଜୟ ଚିଟ୍‌ଫଣ୍ଡ ଅର୍ଥ ଲଗାଇ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ, ଯାହାକୁ ନେଇ ସଞ୍ଜୟଙ୍କ ଅଡୁଆ ବଢି ଯାଇଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ସଞ୍ଜୟ ନୀଳାଚଳ ଗ୍ରାନାଇଟ ପ୍ରାଇଭେଟ୍‌ ଲିମିଟେଡ, ନୀଳାଚଳ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ, ଟିମ୍‌ ଇଣ୍ଡିଆ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ, ନୀଳାଚଳ ବିଲଡର୍ସ ପ୍ରାଇଭେଟ୍‌ ଲିମିଟେଡ ଓ ଟେକ୍ନୋସାଇନ ଆଣ୍ଡ ଇନଫୋ ସଲୁସନ ପ୍ରାଇଭେଟ ଲିମିଟେଡ’ ନାମକ ୫ଟି କମ୍ପାନୀରେ ଅର୍ଥ ଲଗାଇଛନ୍ତି। ଭୁବନେଶ୍ୱର ଖାରବେଳ ନଗରରେ ଏହି ୫ଟି କମ୍ପାନୀର ଅଫିସ ରହିଛି। ଏଥିରେ ସତ୍ୟପ୍ରକାଶ ଜୟସିଂହ, ସୂର୍ଯ୍ୟପ୍ରକାଶ ଜୟସିଂହ, ଭୀମସେନ ଜୟସିଂହ, ସଞ୍ଜୟଙ୍କ ବାପା ରାକକ୍ରୀଷ୍ଣ ଦାସ ଏବଂ ପତ୍ନୀ ଶୈଳବାଳା ଦାସବର୍ମା ଡାଇରେକ୍ଟର ଅଛନ୍ତି। ପାଜେରୋ ଗାଡ଼ିର ତଦନ୍ତ ଚାଲିଛି। ଏବେ ଏହି କମ୍ପାନୀ ଗୁଡିକର ସିବିଆଇ ତଦନ୍ତ କରାଯାଉ। ମନ୍ତ୍ରୀ ଚିଟ୍‌ଫଣ୍ଡ କମ୍ପାନୀଙ୍କଠାରୁ ପାଇଥିବା ଲାଭ ଅର୍ଥରେ ଏହି କମ୍ପାନୀ କରିଛନ୍ତି। ଏ ନେଇ ପୂର୍ବରୁ ସିବିଆଇକୁ ଜଣାଇଥିଲୁ, ଦେଖୁଛୁ ସିବିଆଇ କ’ଣ କରୁଛି। ଆବଶ୍ୟକ ହେଲେ ପୁଣି ଭେଟି ତଦନ୍ତ ପାଇଁ ଦାବି କରିବୁ। ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ମଳ ଶାସନ କଥା କହୁଛନ୍ତି, ଏବେ ସେ ସଞ୍ଜୟଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ। ସିବିଆଇ ତଦନ୍ତ ପରିସରକୁ ଆସିବା ପରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଜରୁରୀ ହୋଇପଡ଼ିଛି।”

କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟଙ୍କ ନାଁ ନ ନେଇ କହିଛନ୍ତି, “ଏ ସବୁ କମ୍ପାନୀ ସିବିଆଇ ତଦନ୍ତର ସମ୍ମୁଖୀନ ହେଉଥିବା ଜଣେ ମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି। ୨୦୦୬ରେ ସମ୍ପୃକ୍ତ ମନ୍ତ୍ରୀଙ୍କ ବାର୍ଷିକ ଆୟ ୪, ୧୯୨୭୨ ଟଙ୍କା ଓ ତାଙ୍କ ପତ୍ନୀଙ୍କ ଆୟ ୫,୪,୨୭୮ ଟଙ୍କା ଦର୍ଶାଇଛନ୍ତି। ଉଭୟ ଟିମ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ସେୟାର ନେଇଛନ୍ତି। ୨୦୦୬ରେ ଆଇନଗତ କାରଣରୁ ଉଭୟ ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଉଭୟଙ୍କ ଆୟର ପରିମାଣ କେତେ? ୨୧ଟି କମ୍ପାନୀରୁ ୫ଟି ଅଭିଯୋଗ ଆସିଛି। ଏହାର ମାଲିକ କିଏ ଥିଲେ, ଏବେ କିଏ ଅଛନ୍ତି? ଏହାର ବାର୍ଷିକ ଆୟ କେତେ? ଅନ୍ୟ ୧୬ଟି କମ୍ପାନୀର ସମ୍ପର୍କରେ ଖୁଲାସା ଶୀଘ୍ର କରିବାକୁ ଯାଉଛି। ତାଙ୍କ ଆୟ କେତେ ଥିଲା, ଏବେ କେତେ ଅଛି? କମ୍ପାନୀଗୁଡିକ କାହାର ସେ ପ୍ରକାଶ କରନ୍ତୁ। ଜୟସିଂହ କିଏ, ପୂର୍ବରୁ ଥିବା ଏ କମ୍ପାନୀ ସବୁ ତାଙ୍କ ମାଲିକାନାକୁ ପରିବର୍ତ୍ତନ ହୋଇଛି?”

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଉଭୟ ବିଜେପି ଓ କଂଗ୍ରେସ ଏକାଠି ହୋଇ ବିଜେଡିକୁ ବଦନାମ କରିବାକୁ ଏପରି ଅଭିଯୋଗ କରୁଛନ୍ତି। ଚିଟ୍‌ଫଣ୍ଡ ମାମଲା ୨ବର୍ଷ ହେବ ବନ୍ଦ ହୋଇ ସାରିଥିଲେ ବି ଏବେ ଦୁଇ ଦଳ ତାଙ୍କୁ ଉଖାରୁଛନ୍ତି। କେନ୍ଦ୍ରର ବିଜେପି ସରକାର ସହାୟତାରେ କଂଗ୍ରେସ ଏପରି କାମ ଚଳାଇଛି।”

Related story