Advertisment

ପଞ୍ଚାୟତ ନିର୍ବାଚନ: ଯାଞ୍ଚ ପରେ କାଏମ ରହିଲା ୨,୦୭,୧୮୦ ପ୍ରାର୍ଥିପତ୍ର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ଯାଞ୍ଚ ବେଳେ ୧୩,୬୦୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଏହି ନାମାଙ୍କନପତ୍ର ନାକଚ ପରେ ଏବେ ନିର୍ବାଚନୀ ମଇଦାନରେ ୨,୦୭,୧୮୦ ଜଣ ପ୍ରାର୍ଥୀ ଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଜିଲ୍ଲା ପରିଷଦରେ ୩,୭୧୮ଟି ନାମାଙ୍କନପତ୍ର କାଏମ ରହିଛି। ସେହିପରି ସରପଞ୍ଚରେ ୩୧,୦୮୬, ସମିତିସଭ୍ୟରେ ୨୫,୭୧୪ ଓ ୱାର୍ଡମେମ୍ବରରେ ୧,୪୬,୬୬୨ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। ଜିଲ୍ଲା ପରିଷଦରେ ୧୬୨ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ: ଯାଞ୍ଚ ପରେ କାଏମ ରହିଲା ୨,୦୭,୧୮୦ ପ୍ରାର୍ଥିପତ୍ର

bjdcandidates

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ସରିଛି। ଯାଞ୍ଚ ବେଳେ ୧୩,୬୦୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଏହି ନାମାଙ୍କନପତ୍ର ନାକଚ ପରେ ଏବେ ନିର୍ବାଚନୀ ମଇଦାନରେ ୨,୦୭,୧୮୦ ଜଣ ପ୍ରାର୍ଥୀ ଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଜିଲ୍ଲା ପରିଷଦରେ ୩,୭୧୮ଟି ନାମାଙ୍କନପତ୍ର କାଏମ ରହିଛି। ସେହିପରି ସରପଞ୍ଚରେ ୩୧,୦୮୬, ସମିତିସଭ୍ୟରେ ୨୫,୭୧୪ ଓ ୱାର୍ଡମେମ୍ବରରେ ୧,୪୬,୬୬୨ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି।

ଜିଲ୍ଲା ପରିଷଦରେ ୧୬୨ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ସେହିପରି ସରପଞ୍ଚରେ ୨୨୬୨, ସମିତିସଭ୍ୟରେ ୧୭୬୧ ଓ ୱାର୍ଡମେମ୍ବରରେ ୯୪୨୪ ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି।

Advertisment

ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବାଲେଶ୍ୱର ଜିଲ୍ଲାରେ ସବୁଠୁ ଅଧିକ ୧୬,୦୫୪ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ସବୁଠାରୁ କମ୍ ୧,୯୦୮ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା।