Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୯ତାରିଖରେ ଯୋଗ୍ୟ ପ୍ରାର୍ଥିଙ୍କ ତାଲିକା ପ୍ରକାଶ ପାଇବ। ୨୧ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ। ପରେ ନିର୍ବାଚନ ପ୍ରଚାର ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ ପାଇଁ ଗତକାଲି ଶେଷ ଦିନ ଥିଲା। ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଭୋଟ୍‌ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ନିର୍ବାଚନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ

pp-1

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୯ତାରିଖରେ ଯୋଗ୍ୟ ପ୍ରାର୍ଥିଙ୍କ ତାଲିକା ପ୍ରକାଶ ପାଇବ। ୨୧ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ। ପରେ ନିର୍ବାଚନ ପ୍ରଚାର ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ ପାଇଁ ଗତକାଲି ଶେଷ ଦିନ ଥିଲା।

Advertisment

ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଭୋଟ୍‌ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ନିର୍ବାଚନ କମିଶନର। ନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୩୪ ଜଣ ଜେନେରାଲ ଅବଜର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରାର୍ଥିଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବା ଲାଗି ୩୨ ଜଣ ଏକ୍ସେପେଣ୍ଡିଚର ଅବଜର୍ଭରଙ୍କୁ ନିଯୁକ୍ତି କରାଯାଇଛି। ଜେନେରାଲ୍‌  ଅବଜର୍ଭରମାନେ ଆଜି ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବାକୁ ଥିବା ବେଳେ ୨୨ ତାରିଖରୁ ଏକ୍ସପେଣ୍ଡିଚର ଅବଜର୍ଭର ଜିଲ୍ଲା ଗସ୍ତରେ ଯିବେ ।