ପାରାଦୀପ ଗୁଳିକାଣ୍ଡ: ବାପି ସର୍ଖେଲ୍‌ଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ଦାମ

ଭୁବନେଶ୍ୱର:  ପାରାଦୀପ ଉପକଣ୍ଠ ତାରିଣୀଗଡ଼ା ଅଞ୍ଚଳରେ ରବିବାର ଘଟିଥିବା ଗୁଳିକାଣ୍ଡକୁ ନେଇ  ପାରାଦୀପ ବିଧାୟକ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ମୁହଁ  ଖୋଲିଛନ୍ତି। ପାରାଦୀପରେ  ପ୍ରତିମାସରେ ଗୁଳିକାଣ୍ଡ ଘଟୁଥିବା ଦାମ କହିଛନ୍ତି। ଏଥିପାଇଁ ସେ ପରୋକ୍ଷରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି ସେ କ୍ରାଇମବ୍ରାଞ୍ଚର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ପାରାଦୀପରେ ପ୍ରତିମାସରେ ଗୁଳିକାଣ୍ଡ ହେଉଛି। ଲୋକ ମରୁଛନ୍ତି, ଶବ ବିଭିନ୍ନ ଜାଗାରୁ […]

dama

dama

Rakesh Mallick
  • Published: Monday, 30 May 2016
  • Updated: 30 May 2016, 09:39 AM IST

Sports

Latest News

ଭୁବନେଶ୍ୱର:  ପାରାଦୀପ ଉପକଣ୍ଠ ତାରିଣୀଗଡ଼ା ଅଞ୍ଚଳରେ ରବିବାର ଘଟିଥିବା ଗୁଳିକାଣ୍ଡକୁ ନେଇ  ପାରାଦୀପ ବିଧାୟକ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ମୁହଁ  ଖୋଲିଛନ୍ତି। ପାରାଦୀପରେ  ପ୍ରତିମାସରେ ଗୁଳିକାଣ୍ଡ ଘଟୁଥିବା ଦାମ କହିଛନ୍ତି। ଏଥିପାଇଁ ସେ ପରୋକ୍ଷରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି ସେ କ୍ରାଇମବ୍ରାଞ୍ଚର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ପାରାଦୀପରେ ପ୍ରତିମାସରେ ଗୁଳିକାଣ୍ଡ ହେଉଛି। ଲୋକ ମରୁଛନ୍ତି, ଶବ ବିଭିନ୍ନ ଜାଗାରୁ ମିଳୁଛି। କେହିତ ଗିରଫ ହେବାର ମୁଁ ଶୁଣି ନାହିଁ। ଗତକାଲି ପାରାଦୀପରେ ଗୁଳିକାଣ୍ଡ ହୋଇଛି ବୋଲି ମୁଁ ଜାଣିଛି। ଆପୋଲୋ ହସ୍ପିଟାଲରେ ଏମାନେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି। ଅସାମାଜିକ ବ୍ୟକ୍ତିଙ୍କୁ ମୁଁ ପାଖରେ ରଖେ ନାହିଁ। ଗୁଳିକାଣ୍ଡର ଶିକାର ହୋଇଥିବା ଦୁଇ ଯୁବକ ବିଜେଡିର କର୍ମୀ ହୋଇଥିବେ। ମୁଁ ଜାଣିନି। ତାଙ୍କ ସହ ମୋର କିଛି ସମ୍ପର୍କ ନାହିଁ। ଜେଲରୁ ବାହରି ଆସିବା ପରେ ବାପି ସର୍ଖେଲ୍ କଂଗ୍ରେସ ଦଳର ପ୍ରାର୍ଥୀ ହେଲେ। ସେଭଳି କରିତକର୍ମା ବ୍ୟକ୍ତି ଆସିଲେ ଏଭଳି ନ କଲେ ଆଉ  କ’ଣ କରିବେ ? ଓଡ଼ିଶାରେ ଇକୋନମିକ୍ ଅଫେଣ୍ଡର୍ସ ଆକ୍ଟ ଅଛି। ଏହି ଆଇନ କୋଉଠି ଲାଗୁ ହେଉଛି ମୁଁ ଜାଣିନି। କ୍ରାଇମବ୍ରାଞ୍ଚ ଅଛି, ସେ କ’ଣ କରେ ମୁଁ ବୁଝେ ନାହିଁ। ପ୍ରତିମାସରେ କୋଉଠି ନା’ କୋଇଠି ଶବ ପଡୁଛି। କିଏ ତ ଗିରଫ ହେଉ ନାହାନ୍ତି ମୁଁ ଜାଣିବି କିପରି? ତେଣୁ ଆଇନକୁ ତା’ ବାଟରେ  ଯିବାକୁ ସବୁବେଳେ ଛାଡ଼ିଦେଇଛି।”

କଂଗ୍ରେସ ନେତା ବାପି ସର୍ଖେଲ କହିଛନ୍ତି,“ ପାରାଦୀପରେ ରାସ୍ତା ଦୁର୍ଘଟଣାରେ ବି କିଏ ମରିଗଲେ ଦାମ ବାବୁ ମୋ’ ନାଁ କହିବେ। ନିଜର ରାଜନୈତିକ ପୃଷ୍ଠଭୂମି ବଞ୍ଚାଇବାକୁ ସେ ଏହି ବାର୍ତ୍ତା ଦେଇଥାନ୍ତି। ଓଡ଼ିଶାରେ ବାପି ସର୍ଖେଲ ଅସାମାଜିକ ବ୍ୟକ୍ତି ବୋଲି ପରିଚୟ ଦେବା ପାଇଁ ସେ ମୋ’ ନାଁ ଧରିଥାଆନ୍ତି। ଦାମ ବାବୁ ଅସାମାଜିକ ବ୍ୟକ୍ତିଙ୍କୁ ପାଖରେ ରଖି  ପାରାଦୀପରେ ଅସମାଜିକ କାର୍ଯ୍ୟକଳାପ କରନ୍ତି। ପାରାଦୀପରେ ଯାହା କିଛି ହେଉଛି ଦାମବାବୁଙ୍କ ଇଙ୍ଗିତରେ ହେଉଛି। ଦାମ ବାବୁଙ୍କ ପୁଅ ଏହି ଘଟଣାରେ ସଂପୃକ୍ତ। ଗତକାଲି ଯେଉଁ ପିଲା ଗୁଳିମାଡ଼ ଖାଇଛି ସେ ଦାମ ବାବୁଙ୍କ ପୁଅର ସହଯୋଗୀ ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story