Advertisment

ପାରାଦୀପ ତୈଳ ବିଶୋଧନାଗାରକୁ ଦେଶବାସୀଙ୍କୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାରକୁ ରବିବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ରାଜ୍ୟପାଳ ଏସ.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପାରାଦୀପ ରିଫାଇନାରୀ ଓଡ଼ିଶା ପାଇଁ ବିକାଶର ଦୀପ ହେବ। ଏହା ରାଜ୍ୟର ଭାଗ୍ୟ ବଦଳାଇ ଦେବ। ଏହାକୁ ପାଥେୟ କରି ଏଠାରେ ଅନେକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପାରାଦୀପ ତୈଳ ବିଶୋଧନାଗାରକୁ ଦେଶବାସୀଙ୍କୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

paradeep

modiପାରାଦୀପ: ପାରାଦୀପ ତୈଳ ବିଶୋଧନାଗାରକୁ ରବିବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ରାଜ୍ୟପାଳ ଏସ.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପାରାଦୀପ ରିଫାଇନାରୀ ଓଡ଼ିଶା ପାଇଁ ବିକାଶର ଦୀପ ହେବ। ଏହା ରାଜ୍ୟର ଭାଗ୍ୟ ବଦଳାଇ ଦେବ। ଏହାକୁ ପାଥେୟ କରି ଏଠାରେ ଅନେକ ଶିଳ୍ପ ଗଢ଼ି ଉଠିବ। ଫଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ। ପାରାଦୀପ ଏବେ ଭାରତକୁ ଶକ୍ତି ଯୋଗାଇବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ପାରାଦୀପ ରିଫାଇନାରୀରୁ ୭୮ କେଜି କୋଟି ଏଲପିଜି, ୫୦୦ କେଜି କୋଟି ପେଟ୍ରୋଲ୍, ୬୮୦ କେଜି କୋଟି ଡିଜେଲ୍ ଓ ୧୨୦ ଲକ୍ଷ କ୍ୱିଣ୍ଟାଲ୍ ପେଟ୍ରୋଲିୟମ୍ କୋକ୍ ଉତ୍ପାଦନ କରାଯାବ। ଓଡ଼ିଶାର ପ୍ରତିଟି ଗରିବ ଘରେ ପହଞ୍ଚିବ ଏଲପିଜି। ଗାଁ ଗାଁର ମହିଳାମାନେ ଆଉ ଚୂଲୀ ଜାଳି ରୋଷେଇ କରିବେ ନାହିଁ। ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଉପରେ ଜୋର ଦେଇଥିଲେ ମୋଦି।

Advertisment

ବନ୍ଦର ସହର ପାରାଦୀପ ପ୍ରତିଷ୍ଠା ଦିଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଲନୀୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତେବେ ସେ କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯାହା କିଛି ଉଦ୍‌ଘାଟନ କଲେ କଂଗ୍ରେସ କହୁଛି ‘ଆମେ କରିଛୁ’।

ସଭାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁରି ଭୁରି ପ୍ରଶଂସା କରି ଥିଲେ ନରେନ୍ଦ୍ର ମୋଦି। ସେ କହିଥିଲେ, ଧର୍ମେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହେବା ପରେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଗରିବ ଲୋକ ଗ୍ୟାସ୍ ସଂଯୋଗ ପାଇସାରିଲେଣି। ସେହିପରି ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକୁ ଶେଷ କରିବା ପାଇଁ ଗତ ୧୮ ମାସ ମଧ୍ୟରେ ଧର୍ମେନ୍ଦ୍ର ଓ ତାଙ୍କ ଟିମ୍ ଯେଉଁ ଭଳି ଭାବେ କାର୍ଯ୍ୟ କରିଥିଲେ ତାହା ପ୍ରଶଂସନୀୟ।

ମୋଦି ଦେଶରେ ଶିଳ୍ପପ୍ରତିଷ୍ଠାନ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଦେଶର ଯୁବକମାନଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟୋଗ ସୃଷ୍ଟି କରିବାକୁ ପଡ଼ିବ। ଦେଶର ଯୁବକମାନଙ୍କୁ ‘ଜବ୍ ସିକର’ ନୁହେଁ ‘ଜବ୍ କ୍ରିଏଟର’ କରିବାକୁ ପଡ଼ିବ। ସେହିପରି ପବ୍ଲିକ ସେକ୍ଟର ଓ ପ୍ରାଇଭେଟ୍ ସେକ୍ଟର ଭଳି ପର୍ସନାଲ୍ ସେକ୍ଟର ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଦେଶର ପ୍ରତିଟି ଲୋକର ବିକାଶ ପ୍ରତି ଧ୍ୟାନ ଦେବାକୁ ହେବ।

ସେହିପରି ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ତଥା ତାଙ୍କ ସରକାରଙ୍କ ଅବଦାନ ସଂପର୍କରେ କହିଥିଲେ। ପାରାଦୀପ ତୈଳ ବିଶୋଧନାଗାରର ଲୋକାର୍ପଣ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହୋଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାର ରାଜ୍ୟରେ କରିଥିବା ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କହିବା ସହିତ ଆଗାମୀ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅନୁଦାନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ଥିଲେ। ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ମଧ୍ୟ ସେ ଦାବି କରି ଥିଲେ।

ସଭାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ପାରାଦୀପ ତୈଳ ବିଶୋଧନାଗାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଉ ଆଜି ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସଭା ମଞ୍ଚରେ ନବୀନ ପଟ୍ଟନାୟକ ଓ ଜୁଏଲ ଓରାମ ଉପସ୍ଥିତ ଥିଲେ। ଆଜି ଲୋକାର୍ପଣ ଉତ୍ସବରେ ବି ସେମାନେ ଉପସ୍ଥିତ ଅଛନ୍ତି। ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ରାଜ୍ୟ ସରକାରଙ୍କର ମଧ୍ୟ ଭାଗିଦାରୀ ରହିଛି। ଏଥିପାଇଁ ରାଜ୍ୟସରକାର ଧନ୍ୟବାଦର ପାତ୍ର।