Advertisment

ପାଟୁ ଫେରାର ଘଟଣା: ୬ ପୋଲିସ୍ ନିଲମ୍ବିତ

ଭୁବନେଶ୍ୱର: କଟକ ବଡ଼ ମେଡିକାଲରୁ କୁଖ୍ୟାତ ଅପରାଧୀ ସାଜନ ଖାନ ଓରଫ ପାଟୁ ଫେରାର ହୋଇଯିବା ଘଟଣାରେ ରବିବାର ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଖଣ୍ଡଗିରି ଥାନା ଏଏସଆଇ ଗୌରହରି ମଲ୍ଲିକ, ହାବିଲଦାର ରଞ୍ଜନ ରାଉତ  ଓ ୪ଜଣ ଏପିଆର କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ୪ଦିନ ତଳେ ଭୁବନେଶ୍ୱରର ଘାଟିକିଆରୁ ପାଟୁକୁ ଗିରଫ କରାଯାଇଥିଲା। ପୋଲିସ୍‌ ଏନକାଉଣ୍ଟରରେ ସେ ଆହତ ହୋଇଥିବାରୁ […]

ଅଦ୍ୟତନ ହୋଇଛି
ପାଟୁ ଫେରାର ଘଟଣା: ୬ ପୋଲିସ୍ ନିଲମ୍ବିତ

pata

Advertisment

ଭୁବନେଶ୍ୱର: କଟକ ବଡ଼ ମେଡିକାଲରୁ କୁଖ୍ୟାତ ଅପରାଧୀ ସାଜନ ଖାନ ଓରଫ ପାଟୁ ଫେରାର ହୋଇଯିବା ଘଟଣାରେ ରବିବାର ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଖଣ୍ଡଗିରି ଥାନା ଏଏସଆଇ ଗୌରହରି ମଲ୍ଲିକ, ହାବିଲଦାର ରଞ୍ଜନ ରାଉତ  ଓ ୪ଜଣ ଏପିଆର କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କାରଣରୁ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

Advertisment

୪ଦିନ ତଳେ ଭୁବନେଶ୍ୱରର ଘାଟିକିଆରୁ ପାଟୁକୁ ଗିରଫ କରାଯାଇଥିଲା। ପୋଲିସ୍‌ ଏନକାଉଣ୍ଟରରେ ସେ ଆହତ ହୋଇଥିବାରୁ ତାକୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ତାକୁ ସର୍ଜରୀ ୱାର୍ଡରୁ ଅସ୍ଥିଶଲ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସେ ଫେରାର୍‌ ହୋଇଯାଇଥିଲା। ପାଟୁକୁ ଧରିବା ପାଇଁ କମିଶନରେଟ ପୋଲିସ୍ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଥିଲେ ମଧ୍ୟ ତା’ର ସନ୍ଧାନ ପାଇନାହିଁ।

ମାର୍ଚ୍ଚ ୨ ତାରିଖ ରାତିରେ ପାଟୁ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଥିବା ଜାଣି ପୋଲିସ୍ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ସେ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ୍ ଦୁଇ ରାଉଣ୍ଡ୍ ପାଲଟା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ତା’ ଗୋଡ଼ରେ ବାଜିଥିଲା। ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍ପପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

Advertisment

ଗତବର୍ଷ ବି ସମାନ ଢଙ୍ଗରେ ପାଟୁ ଫେରାର ହୋଇଯାଇଥିଲା। ଭୁବନେଶ୍ୱର ଭୀମଟାଙ୍ଗି ଡକାୟତି ବେଳେ ଫାୟାରିଂ କରିଥିବା ଅଭିଯୋଗରେ ପୋଲିସ୍ ପାଟୁକୁ ଗିରଫ କରିଥିଲା। ଗିରଫ ପରେ ତାକୁ ଝାରପଡ଼ା ଜେଲରେ ରଖାଯାଇଥିଲା। ସେଠାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସେ ଫେରାର ହୋଇଯାଇଥିଲା। ସେବେଠାରୁ ପୋଲିସ୍ ତାକୁ ଖୋଜୁଥିଲା ବେଳେ ବୁଧବାର ଧରା ପଡ଼ିଥିଲା। କମିଶନରେଟ୍ ପୋଲିସ୍‌ର ବିଭିନ୍ନ ଥାନା ସମେତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ତା’ ନାଁରେ ଏକାଧିକ ମାମଲା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe