ମୁମ୍ବାଇ: ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍ ଓ ରିପୋର୍ଟ ମୁତାବକ ଏବେ କମ୍ ବୟସରେ ବି ହୃଦଘାତ ବା ହାର୍ଟଜନିତ ସମସ୍ୟାରେ ଶିକାର ହେବା ଦେଖିବାକୁ ମିଳୁଛି। ସେଥିପାଇଁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିଦିନ କିଛି ସୁସ୍ଥ ତଥା ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ହାର୍ଟ ପାଇଁ ସୁସ୍ଥକର।
ବେରୀ(ମଞ୍ଜି ନଥିବା କୋଳି)- ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଥିବାଏହି କୋଳି ହାର୍ଟ ପାଇଁ ଖୁବ୍ ହିତକର ହୋଇଥାଏ। ଏହା ଶରୀରରେ ଖରାପ କୋଲେ ଷ୍ଟ୍ରୋଲ୍ର ମାତ୍ରା କମ୍ କରିଥାଏ।
ବିନ୍- ଅଧା କପ୍ ବିନ୍ ପ୍ରତିଦିନ ଖାଆନ୍ତୁ। ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ। ଘୁଲନଶୀଳ ଫାଇବର ପାଇଁ ବିନ୍ ହାର୍ଟ ପାଇଁ ବହୁତ ଲାଭଦାୟକ। ଏଥିରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଭଳି ଏମିତି ଅନେକ ଭିଟାମିନ୍ ଅଛି।
ବାଦାମ୍- ସୁସ୍ଥ ହାର୍ଟ ପାଇଁ ବାଦାମ୍ର ଖୁବ୍ ଆବଶ୍ୟକତା ରହିଛି। ବାଦାମ୍ରେ ଭିଟାମିନ୍ E, ଫାଇବର ଓ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ। ଏହା ହାର୍ଟକୁ ସୁସ୍ଥ ରଖିବାରେ ଏକ ଆବଶ୍ୟ ପୋଷକ ତତ୍ତ୍ୱ।
ମଟର- ମଟର ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମଟରରେ ଫାଇବର ଥାଏ। ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏକ କପ୍ ମଟରରେ ଖୁବ୍ ଅଧିକ ପୋଷକ ତତ୍ତ୍ୱ, ଫାଇବର ଓ ପ୍ରୋଟିନ୍ ଥାଏ। କିନ୍ତୁ ଏଥିରେ କ୍ୟାଲୋରୀ ୧୦୦ରୁ ବି କମ୍ ଥାଏ।
ଖରବୁଜା- ଖରବୁଜା ରେ ଭିଟାମିନ୍ C ଥାଏ।ଯାହା କି ହାର୍ଟ୍ କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଖରବୁଜାରେ ଭିଟା ମିନ୍ A, B, K, ପଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର ପ୍ରଚୁର ପରିମାଣରେ ଥାଏ।