Advertisment

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି, ସେସ୍ ଏବଂ ଆଡିସନାଲ ଏକ୍ସସାଇଜ୍ ଟାକ୍ସ ନାଁରେ ଅତ୍ୟଧିକ ଟିକସ ଆଦାୟକୁ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୦ଟି ଜିଲ୍ଲା ଏବଂ ୨ଟି ସାଙ୍ଗଠନିକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଜନତା ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଏବଂ ରାଉରକେଲାରେ ଏଡିଏମ୍‌ ଅଫିସ୍‌ ଆଗରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। […]

ଅଦ୍ୟତନ ହୋଇଛି
ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ

biju-janata

Advertisment

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି, ସେସ୍ ଏବଂ ଆଡିସନାଲ ଏକ୍ସସାଇଜ୍ ଟାକ୍ସ ନାଁରେ ଅତ୍ୟଧିକ ଟିକସ ଆଦାୟକୁ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୦ଟି ଜିଲ୍ଲା ଏବଂ ୨ଟି ସାଙ୍ଗଠନିକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଜନତା ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଏବଂ ରାଉରକେଲାରେ ଏଡିଏମ୍‌ ଅଫିସ୍‌ ଆଗରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ଆନ୍ତର୍ଜାତିକ ସ୍ତରରେ ତୈଳଦର ହ୍ରାସ ପାଇଥିବା ବେଳେ କିନ୍ତୁ କେନ୍ଦ୍ର ସରକାର ଜନ ବିରୋଧୀ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଏକ ସାମ୍ୱାଦିକ ସମ୍ମିଳନୀ ବିଜେଡି ଅଭିଯୋଗ କରିଥିଲା।

ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, “ଆନ୍ତର୍ଜାତିକ ସ୍ତରରେ ତୈଳଦର ହ୍ରାସ ପାଇଥିବା ବେଳେ କିନ୍ତୁ କେନ୍ଦ୍ର ସରକାର ଅହେତୁକ ଭାବରେ  ପେଟ୍ରୋଲ  ଓ ଡିଜେଲ ଦର ବୃଦ୍ଧି କରିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପ୍ରଭାବ ପଡୁଛି। ଏହା ଦ୍ୱାରା ସାଧାରଣଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରୀବ ଓ ମଧ୍ୟବିତ୍ତ ଲୋକମାନଙ୍କ ଉପରେ ଏହା ପ୍ରଭାବ ପଡୁଛି।”

Advertisment

ସେ କହିଛନ୍ତି, “ଆମେ  କେନ୍ଦ୍ରକୁ ଚେତାବନୀ ଦେଉଛୁ ଆନ୍ତର୍ଜାତିକ ସ୍ତରରେ ତୈଳଦର ହ୍ରାସ ପାଇଥିବା ବେଳେ ଏକ୍ସସାଇଜ୍ ଟାକ୍ସ ପ୍ରତ୍ୟାହାର କରନ୍ତୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe