Advertisment

ଆଜିଠୁ ଦୈନିକ ବଦଳିବ ତେଲ ଦର: କେମିତି ଜାଣିବେ କେତେ ହେଲା ରେଟ୍‌

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲର ଦର ନିର୍ଦ୍ଧାରଣ କରାଯିବ। ପ୍ରତ୍ୟେକ ଦିନ ଏହାର ନୂଆ ଦର ରହିବ। ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆରମ୍ଭ କରି ତା’ ପର ଦିନ ସକାଳ ୬ଟା ପର୍ଯ୍ୟନ୍ତ ଅର୍ଥାତ ୨୪ ଘଣ୍ଟା ପାଇଁ ଦର ଲାଗୁ ହେବ। ସବୁ ପେଟ୍ରୋଲ ପମ୍ପରେ ଦର ସମାନ ରହିବ ନାହିଁ: ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ତେଲ ଦର ସମାନ ରହିବ ନାହିଁ। ଯେଉଁ ପେଟ୍ରୋଲ ପମ୍ପଗୁଡ଼ିକ […]

ଆଜିଠୁ ଦୈନିକ ବଦଳିବ ତେଲ ଦର: କେମିତି ଜାଣିବେ କେତେ ହେଲା ରେଟ୍‌

petrol

Advertisment

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲର ଦର ନିର୍ଦ୍ଧାରଣ କରାଯିବ। ପ୍ରତ୍ୟେକ ଦିନ ଏହାର ନୂଆ ଦର ରହିବ। ପ୍ରତ୍ୟେକ ଦିନ ସକାଳ ୬ଟାରୁ ଆରମ୍ଭ କରି ତା’ ପର ଦିନ ସକାଳ ୬ଟା ପର୍ଯ୍ୟନ୍ତ ଅର୍ଥାତ ୨୪ ଘଣ୍ଟା ପାଇଁ ଦର ଲାଗୁ ହେବ।

Advertisment

ସବୁ ପେଟ୍ରୋଲ ପମ୍ପରେ ଦର ସମାନ ରହିବ ନାହିଁ:

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ତେଲ ଦର ସମାନ ରହିବ ନାହିଁ। ଯେଉଁ ପେଟ୍ରୋଲ ପମ୍ପଗୁଡ଼ିକ ଡିପୋ ପାଖାପାଖି ରହିଛି,  ସେଠାରେ ତେଲ ଦର ଯାହା ରହିବ ଡିପୋ ଠାରୁ ଦୂରରେ ଥିବା ପେଟ୍ରୋଲ ପମ୍ପରେ ଦର ତା’ଠାରୁ ୧୦-୧୫ ପଇସା ଅଧିକ ରହିବ। ପରିବହନ ଖର୍ଚ୍ଚ ଯୋଗୁଁ ତେଲ ଦରରେ ଏମିତି ଫରକ ରହିବ।

ପ୍ରତିଦିନ ସକାଳ ୬ଟାରେ ତେଲ ଦର ବଦଳିବ। ଅଟୋମେଟେଡ୍ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଦର ଆପେ ବଦଳିଯିବ। କିନ୍ତୁ ଯେଉଁ ପେଟ୍ରୋଲ ପମ୍ପଗୁଡ଼ିକ ଅଟୋମେସନ୍ ହୋଇନାହିଁ ସେଗୁଡ଼ିକୁ ଏସ୍‌ଏମ୍‌ଏସ୍‌, ଇ-ମେଲ୍ ଓ ଆପ୍ ଜରିଆରେ ନୂଆ ପେଟ୍ରୋଲ୍,ଡିଜେଲ ଦର ସଂପର୍କିତ ସୂଚନା ପଠାଇ ଦିଆଯିବ।

Advertisment

ଗ୍ରାହକ କେମିତି ଜାଣିବେ ରେଟ୍‌:

  • ଗ୍ରାହକମାନେ ଏସ୍‌ଏମ୍‌ଏସ୍‌ ଓ ଇଣ୍ଡିଆନ୍ ଓଏଲ ମୋବାଇଲ୍ ଆପ୍‌ ‘ଫୁଏଲ୍‌ @ଆଇଓସି’ ଜରିଆରେ ତେଲ ଦର ଦୂଚନା ପାଇପାରିବେ। ଏହା ବ୍ୟତୀତ ସେମାନେ RSP ଲେଖି ପ୍ରେସ୍ ଦେଇ ଡିଲର କୋଡ୍ ଲେଖି ୯୨୨୪୯୯୨୨୪୯କୁ ଏସ୍‌ଏମ୍‌ଏସ୍‌ କରି ଦେଲେ ତେଲ ଦର ସଂପର୍କିତ ସୂଚନା ମିଳିଯିବ। ସେହିଭଳି ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ର ଗ୍ରାହକମାନେ ମଧ୍ୟ ଆପ୍, ଏସ୍‌ଏମ୍‌ଏସ୍‌ ଓ ୱେବସାଇଟ୍ ମାଧ୍ୟମରେ ତେଳ ଦର ସଂପର୍କରେ ଜାଣି ପାରିବେ।
  • ଯେଉଁ ପେଟ୍ରୋଲ୍ ପମ୍ପଗୁଡ଼ିକ ଇଲେକ୍‌ଟ୍ରୋନିକ୍ସ ବୋର୍ଡ ଥିବ ସେମାନେ ସେଥିରେ ତେଲ ଦର ପ୍ରଦର୍ଶିତ କରିବେ। ଏହା ସହିତ ସେମାନେ ପୋଷ୍ଟର ଓ ବ୍ୟାନର ଲଗାଇ ତେଲ ଦର ସଂପର୍କରେ ଗ୍ରାହକଙ୍କୁ ସୂଚନା ଦେଇ ପାରିବେ।

ପରୀକ୍ଷାମୂଳକ ଭାବେ ୫ ସହରରେ ହୋଇଥିଲା ଲାଗୁ

ଗତ ମେ’ ୧ ତାରିଖରୁ ସରକାର ପୁଡୁଚେରୀ, ଉଦୟପୁର, ଜାମସେଦପୁର, ଚଣ୍ଡିଗଡ଼ ଓ ବିଶାଖାପାଟଣାରେ ପରୀକ୍ଷାମୂଳକ ଭାବେ ପ୍ରତିଦିନ ତେଲ ଦର ପରିବର୍ତ୍ତନ କରିବା ବ୍ୟବସ୍ଥା ଆରମ୍ଭ କରିଥିଲେ। ପରୀକ୍ଷଣ ସଫଳ ହେବା ପରେ ଆଜିଠାରୁ ସାରା ଦେଶରେ ଏହାକୁ ଲାଗୁ କରାଯାଇଛି।

ଗତକାଲି କମି ଥିଲା ଦର, ଆଜି ସକାଳୁ ହୋଇଛି ଲାଗୁ:

ଗତକାଲି ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୧୨ ପଇସା ଓ ଡିଜେଲ ଲିଟର ପିଛା ୧ଟଙ୍କା ୨୪ ପଇସା ହ୍ରାସ ପାଇଛି। ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe