ଯୁକ୍ତ ଦୁଇ ନାମଲେଖା: ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ଆଜି ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ତାଲିକା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ଏହି କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ବିଜେବି ଜୁନିୟର କଲେଜ ସବୁଠାରୁ ଆଗରେ ରହିଛି। ବିଜେବିରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ସର୍ବାଧିକ ୯୩.୧୦ପ୍ରତିଶତ ରହିଥିବା ବେଳେ କଳାରେ ୭୨.୬୭ ଓ ବାଣିଜ୍ୟରେ ୮୧.୭୦ ପ୍ରତିଶତ ରହିଛି। ରେଭେନ୍ସା ଜୁନିଅର କଲେଜରେ ବିଜ୍ଞାନରେ ପ୍ରଥମ […]

student

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 12:27 PM IST

ଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ଆଜି ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ତାଲିକା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ଏହି କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ବିଜେବି ଜୁନିୟର କଲେଜ ସବୁଠାରୁ ଆଗରେ ରହିଛି। ବିଜେବିରେ ବିଜ୍ଞାନରେ କଟ୍ ଅଫ୍ ମାର୍କ ସର୍ବାଧିକ ୯୩.୧୦ପ୍ରତିଶତ ରହିଥିବା ବେଳେ କଳାରେ ୭୨.୬୭ ଓ ବାଣିଜ୍ୟରେ ୮୧.୭୦ ପ୍ରତିଶତ ରହିଛି।

ରେଭେନ୍ସା ଜୁନିଅର କଲେଜରେ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୯୩ ପ୍ରତିଶତ ରହିଥିବା ବେଳେ କଳାରେ ୭୧.୧୭ ଓ ବାଣିଜ୍ୟରେ ୭୯.୫୦ ପ୍ରତିଶତ ରହିଛି।

ରମାଦେବୀ କଲେଜରେ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୮୫.୬୭ ପ୍ରତିଶତ ରହିଥିବା ବେଳେ କଳାରେ ୬୮.୮୩ ଓ ବାଣିଜ୍ୟରେ ୬୭.୬୭ ପ୍ରତିଶତ ରହିଛି।

ବ୍ରହ୍ମପୁର ସ୍ଥିତ ଖଲିକୋଟ ଜୁନିୟର କଲେଜରେ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୮୭.୬୭ ପ୍ରତିଶତ ରହିଥିବା ବେଳେ କଳାରେ ୬୩.୬୬ ଓ ବାଣିଜ୍ୟରେ ୬୮ ପ୍ରତିଶତ ରହିଛି।

ବାଲେଶ୍ୱର ଏଫ୍‌ଏମ୍‌ କଲେଜରେ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୮୬.୧୭ ପ୍ରତିଶତ ରହିଥିବା ବେଳେ କଳାରେ ୭୧.୫୦ ଓ ବାଣିଜ୍ୟରେ ୫୨.୮୩ ପ୍ରତିଶତ ରହିଛି।

ଭୁବନେଶ୍ୱର ସ୍ଥିତ ରାଜଧାନୀ କଲେଜରେ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୮୩.୬୦ ପ୍ରତିଶତ ରହିଥିବା ବେଳେ କଳାରେ ୬୬.୮୩ ଓ ବାଣିଜ୍ୟରେ ୬୭.୬୭ ପ୍ରତିଶତ ରହିଛି।

ରାଜ୍ୟର ୧,୫୪୪ଟି ଯୁକ୍ତ କଲେଜରେ ଥିବା ୪,୦୪,୦୫୯ଟି ସିଟ୍ ପାଇଁ ନାମ ଲେଖା ହେବ। ଏଥିପାଇଁ ୪,୦୪,୫୮୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଜୁନ୍ ୧୬ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ପସନ୍ଦର କଲେଜରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବେ। ଜୁନ୍ ୨୫ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଜୁନ୍ ୨୭ରୁ ୨୯ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ହେବ। ତୃତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ଜୁଲାଇ ୪ରେ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଜୁଲାଇ ୮ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ। ଜୁଲାଇ ୧୪ରୁ ପାଠପଢ଼ା ଆରମ୍ଭ ହେବ।

ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କୁ ଯେଉଁ କଲେଜ୍ ମିଳିଥିବ ସେମାନଙ୍କୁ ସେହି କଲେଜରେ ନାମ ଲେଖାଇବାକୁ ପଡ଼ିବ। କଲେଜ ବଦଳାଇବାକୁ ଥିଲେ ନାମ ଲେଖାଇବା ସମୟରେ ବିକଳ୍ପ ଦେଇପାରିବେ। ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇବା ସତ୍ତ୍ୱେ ଯଦି କୌଣସି ଛାତ୍ରଛାତ୍ରୀ ନାମ ନ ଲେଖାନ୍ତି ତା’ହେଲେ ସେମାନେ ଇ-ଆଡ୍‌ମିସନ୍‌ରୁ ବାଦ୍ ପଡ଼ିବେ।

Related story