modi
ଭୁବନେଶ୍ୱର/କଟକ: ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜୁନ୍ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ତେବେ ମୋଦିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମୋଦି ସେହିଦିନ ଅପରାହ୍ନ ୨ଟାରେ ବାଲେଶ୍ୱରରେ ସଭା କରିବା ନେଇ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ଅପରାହ୍ନ ୨ଟା ପରିବର୍ତ୍ତେ ସକାଳ ୧୦ଟାରେ ସଭା ହେବ ବୋଲି କୁହାଯାଇଛି।
ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସଫଳତା ସମ୍ପର୍କରେ ଆଲୋକପାତ କରିବେ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲେଶ୍ୱର ଗସ୍ତକୁ ନେଇ ଆଜି କଟକ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୋଲିସ ଡିଜି କେ.ବି. ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ୪ ଜଣ ଏସ୍ପି, ୫ ଜଣ ଏଏସ୍ପି, ୧୨ ଜଣ ଡିଏସ୍ପି, ୬ ଜଣ ଇନିସ୍ପେକ୍ଟର, ୧୩୦ ଜଣ ଏସ୍ଆଇ ଓ ୬୦ ପ୍ଲାଟୁନ୍ ଓଏସଏପି ଫୋର୍ସ ନୟୋଜିତ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/05/modi-3.jpg)