Advertisment

ପିଏମ୍‌ଜିଏସ୍‌ୱାଇ ଓ ପିଏମ୍‌ଏୱାଇରେ ଓଡ଼ିଶାରେ ଭଲ କାମ ହୋଇଛି: କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) କାର୍ଯ୍ୟକାରିତାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ଦୁଇ ଯୋଜନାରେ ଓଡ଼ିଶା ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଠିକ୍‌ ଭାବେ କାମ କରୁ ନ ଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟରେ ପିଏମ୍‌ଜିଏସ୍‌ୱାଇ ଓ ପିଏମ୍‌ଏୱାଇ କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ […]

ପିଏମ୍‌ଜିଏସ୍‌ୱାଇ ଓ ପିଏମ୍‌ଏୱାଇରେ ଓଡ଼ିଶାରେ ଭଲ କାମ ହୋଇଛି: କେନ୍ଦ୍ର

pmgsy

Advertisment

pmgsyଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) କାର୍ଯ୍ୟକାରିତାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ଦୁଇ ଯୋଜନାରେ ଓଡ଼ିଶା ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଠିକ୍‌ ଭାବେ କାମ କରୁ ନ ଥିବା ବିଜେପି ଅଭିଯୋଗ କରିଛି।

Advertisment

ରାଜ୍ୟରେ ପିଏମ୍‌ଜିଏସ୍‌ୱାଇ ଓ ପିଏମ୍‌ଏୱାଇ କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଅମରଜିତ୍‌ ସିହ୍ନାଙ୍କ ଉପସ୍ଥିତିରେ ଆଜି ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ କୁହାଯାଇଛି, ଆସନ୍ତା ୩ ବର୍ଷ ମଧ୍ୟରେ ପିଏମ୍‌ଜିଏସ୍‌ୱାଇରେ ରାଜ୍ୟରେ ୧୯,୦୦୦ କି.ମି. ରାସ୍ତା ନିର୍ମାଣ ହେବ। ୨୦୨୨ ବଦଳରେ ୨୦୧୯ ସୁଦ୍ଧା ଚିହ୍ନଟ ରାସ୍ତା ନିର୍ମାଣ କାମ ଶେଷ କରାଯିବ।

ପିଏମ୍‌ଏୱାଇରେ ୯ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ। ପ୍ରତି ଘର ପିଛା ପ୍ରାୟ ୧,୫୦,୦୦୦ ଟଙ୍କା ଖର୍ଚ୍ଚ ହେବ। ଏଥିରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରିବେ।

Advertisment

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅତିରିକ୍ତ ସଚିବ ସିହ୍ନା କହିଛନ୍ତି, “ପିଏମ୍‌ଏୱାଇରେ ଓଡ଼ିଶା ଭଲ କାମ କରିଛି। ବହୁ ସଂଖ୍ୟାରେ ଘର ନିର୍ମାଣ କରାଯାଇଛି। ପିଏମ୍‌ଜିଏସ୍‌ୱାଇରେ ମଧ୍ୟ ଭଲ କାମ ହୋଇଛି।”

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ସଚିବ ଓଡ଼ିଶାକୁ ପ୍ରଶଂସା କରିଥିବା ବେଳେ ରାଜ୍ୟ ବିଜେପି କେନ୍ଦ୍ରୀୟ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରିଛି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟବାସୀ ତାଙ୍କର ନ୍ୟାଯ୍ୟ ଦାବି ହରାଉଛନ୍ତି। ଟେଣ୍ଡର ପ୍ରକ୍ରିୟା କରିପାରୁ ନାହାନ୍ତି। ଅର୍ଥ ପକାଇ ରଖୁଛନ୍ତି। ବିନିଯୋଗ ପ୍ରମାଣପତ୍ର ଦେଇ ନ ପାରି କହୁଛନ୍ତି ଅର୍ଥ ବିଳମ୍ବରେ ଆସିଲା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe