Advertisment

ଘରେ ପ୍ରସ୍ତୁତ କରନ୍ତୁ ପୋଇ ଶାଗ ଚିଙ୍ଗୁଡ଼ି ଘାଣ୍ଟ

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡି ମାଛ, ପୋଇ ଶାଗ, କଖାରୁ, ଆଳୁ, ପିଆଜ ପେଷ୍ଟ୍‌, ଅଦା-ରସୁଣ ପେଷ୍ଟ୍‌,  ହଳଦୀ, ଜୀରା ଗୁଣ୍ଡ, ପୋସ୍ତ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ସୋରିଷ ତେଲ ଓ ଲୁଣ।  ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କଡ଼େଇରେ ତେଲ ଗରମ କରି ଚିଙ୍ଗୁଡିକୁ ଭାଜନ୍ତୁ । ସେହିପରି କଖାରୁ ଓ ଆଳୁକୁ ତେଲରେ ଭାଜି ବାହାର କରି  ଦିଅନ୍ତୁ। ଅବଶିଷ୍ଟ ତେଲରେ ପିଆଜ ପେଷ୍ଟ୍‌, ଅଦା-ରସୁଣ ପେଷ୍ଟ୍‌ ପକାନ୍ତୁ । ଏବେ ସେଥିରେ ହଳଦୀ, […]

author-image
Rakesh Mallick
ଘରେ ପ୍ରସ୍ତୁତ କରନ୍ତୁ ପୋଇ ଶାଗ ଚିଙ୍ଗୁଡ଼ି ଘାଣ୍ଟ

poisaga chingudi

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡି ମାଛ, ପୋଇ ଶାଗ, କଖାରୁ, ଆଳୁ, ପିଆଜ ପେଷ୍ଟ୍‌, ଅଦା-ରସୁଣ ପେଷ୍ଟ୍‌,  ହଳଦୀ, ଜୀରା ଗୁଣ୍ଡ, ପୋସ୍ତ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ସୋରିଷ ତେଲ ଓ ଲୁଣ।

Advertisment

 ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡ଼େଇରେ ତେଲ ଗରମ କରି ଚିଙ୍ଗୁଡିକୁ ଭାଜନ୍ତୁ । ସେହିପରି କଖାରୁ ଓ ଆଳୁକୁ ତେଲରେ ଭାଜି ବାହାର କରି  ଦିଅନ୍ତୁ। ଅବଶିଷ୍ଟ ତେଲରେ ପିଆଜ ପେଷ୍ଟ୍‌, ଅଦା-ରସୁଣ ପେଷ୍ଟ୍‌ ପକାନ୍ତୁ । ଏବେ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ ଓ ଜୀରା ଗୁଣ୍ଡ ପକାନ୍ତୁ। ମସଲା ଅଳ୍ପ କଷି ହୋଇଗଲା ପରେ  ସେଥିରେ ପୋଇ ଶାଗ, କଖାରୁ, ଆଳୁ, ଚିଙ୍ଗୁଡି ପକାନ୍ତୁ। ଅଳ୍ପ ଗରମ ମସଲା ପକାଇପାରିବେ। ଏହାକୁ ଭଲ ଭାବେ ଗୋଳାଇ ଅଳ୍ପ ସମୟ କଷନ୍ତୁ। ତାପରେ ସ୍ୱାଦ ଅନୁସାରେ ଲୁଣ ଦେଇ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ। ୧୦ ମିନିଟ୍‌ ମଧ୍ୟରେ ପ୍ରସ୍ତୁତ ହୋଇଯିବ ପୋଇ-ଶାଗ-ଚିଙ୍ଗୁଡି ଘାଣ୍ଟ।