Advertisment

ନବମୀରେ ମା’ଙ୍କୁ ଆଶୀର୍ବାଦ ଭିକ୍ଷା କଲେ ରାଜନେତା

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ଆଜି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ନବମୀ ପୂଜା। ଏଥିପାଇଁ ହୁମଯଜ୍ଞ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ। ଏହି ଅବସରରେ ଆଜି ପରମ୍ପରା ଅନୁଯାୟୀ, ବିଭିନ୍ନ ମଣ୍ଡପରେ କୁମାରୀ ପୂଜା ମଧ୍ୟ କରାଯାଇଛି। ପୂଜାକୁ ସମସ୍ତେ ମନୋଭରି ଉପଭୋଗ କରୁଛନ୍ତି। ଏଥିରୁ ବାଦ ପଡ଼ି ନାହାନ୍ତି ରାଜନେତାମାନେ। ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ସେମାନେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

<a href="">(image) </a>ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଶିଖରପୁର ମଣ୍ଡପରେ ପହଞ୍ଚି ଥିଲେ। ସେ ମାଆଙ୍କୁ ଆରାଧନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅନ୍ୟ କର୍ମୀମାନେ ମଧ୍ୟ ଯାଇଥିଲେ। ସମସ୍ତେ ମାଆଙ୍କୁ ପ୍ରଣାମ କରିବା ସହିତ ଆର୍ଶୀବାଦ ଭିକ୍ଷା କରିଥିଲେ। ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କଟକରେ ଦଶହରାର ମଜା ନେଇଥିଲେ। ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ।

<a href="http://odishareporter.in/wp-content/uploads/2017/09/sasi.jpg">(image) </a>ଭୁବନେଶ୍ୱର ନୟାପଲ୍ଲୀ ପୂଜାମଣ୍ଡପରେ ଢୋଲ ବଜାଇ ପୂଜାର ମାହୋଲ୍‌ରେ ନିଜକୁ ହଜାଇ ଦେଇଛନ୍ତି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ପୂଜା ପାଇଁ ମଣ୍ଡପରେ ପହଞ୍ଚିଥିଲେ।

ଜୟପୁର ରାଜା ନଅର ଛକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ଏଠାରେ ନିଜ ଷ୍ଟାଇଲ୍‌ରେ ପୂଜାକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। କୋରାପୁଟିଆ ଗୀତର ତାଳେତାଳେ ଝୁମୁଛନ୍ତି ତାରା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ମୁଁ ପ୍ରାର୍ଥନା କରୁଛି ମାଆ ସମସ୍ତଙ୍କ ଜୀବନରେ ସାଖ ଏବଂ ଶାନ୍ତି ଭରି ଦିଅନ୍ତୁ। ଆମ ଓଡ଼ିଶାରେ ଉନ୍ନତି ହେଉ।”

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଭାଇ ଚାରାର ସହର କଟକ। ଆମେ ସମସ୍ତେ ପୂଜାକୁ ଏକାଠି ଉପଭୋଗ କରିବା ଓ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ନେବା।”

https://youtu.be/kgCSa703icw

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe