Advertisment

ଟ୍ରେନ୍‌ ଦୁର୍ଘଟଣାରେ ବି ରାଜନୀତି: ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ତତ୍ପରତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୦ ଜଣଙ୍କ ଅକାଳ ବିୟୋଗ ଘଟିଛି। ଶତାଧିକ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସମସ୍ତେ ଦୁଃଖ କରୁଥିବା ବେଳେ ରାଜନୈତିକ ଦଳ ଏଥିରୁ ଫାଇଦା ନେବାକୁ ଲାଗି ପଡିଥିବା ଚର୍ଚ୍ଚା ହେଉଛି। ବିଶେଷ କରି ଦୁର୍ଘଟଣାରୁ ରାଜନୈତିକ ଫାଇଦା ନେବାକୁ ବିଜେଡି ଓ ବିଜେପି ଦେଖାଇଥିବା ତତ୍ପରତା ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଦଳ ସମବେଦନା ଓ ସହାୟତା ନାଁରେ […]

author-image
Rakesh Mallick
ଟ୍ରେନ୍‌ ଦୁର୍ଘଟଣାରେ ବି ରାଜନୀତି: ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ତତ୍ପରତା

Bjd team

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୦ ଜଣଙ୍କ ଅକାଳ ବିୟୋଗ ଘଟିଛି। ଶତାଧିକ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସମସ୍ତେ ଦୁଃଖ କରୁଥିବା ବେଳେ ରାଜନୈତିକ ଦଳ ଏଥିରୁ ଫାଇଦା ନେବାକୁ ଲାଗି ପଡିଥିବା ଚର୍ଚ୍ଚା ହେଉଛି। ବିଶେଷ କରି ଦୁର୍ଘଟଣାରୁ ରାଜନୈତିକ ଫାଇଦା ନେବାକୁ ବିଜେଡି ଓ ବିଜେପି ଦେଖାଇଥିବା ତତ୍ପରତା ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ଦଳ ସମବେଦନା ଓ ସହାୟତା ନାଁରେ ଶ୍ରେୟ ନେବାରେ ଲାଗିପଡିଛନ୍ତି।

Advertisment

ଗତକାଲି ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ। ଟ୍ରେନ୍‌ଟି ପୁରୀରୁ ଯାଇଥିବାରୁ ଏଥିରେ ଅନେକ ଓଡିଆ ଯାତ୍ରୀ ଥିବା ଅନୁମାନ କରାଯାଉଥିଲା। ତେଣୁ ଓଡ଼ିଶାରେ ଉଦ୍‌ବେଗ ପ୍ରକାଶ ପାଇବା ସ୍ୱାଭାବିକ। ତେବେ ଦୁର୍ଘଟଣାରୁ ବିଜେଡି ଓ ବିଜେପି ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର କିଛି ଘଣ୍ଟା ପରେ ରାତି ପ୍ରାୟ ସାଢେ ୮ଟା ବେଳେ ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରାଗଲା। ରିଲିଫ ଓ ଉଦ୍ଧାର କାମ ତଦାରଖ ପାଇଁ ୫ ଜଣିଆ ଟିମ୍ ମୁଜାଫରନଗର ଯିବ ବୋଲି ଦଳ ପକ୍ଷରୁ ପ୍ରେସମିଟ୍‌ରେ ଘୋଷଣା କରାଗଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁର୍ଘଟଣାରେ ଓଡିଆ ଯାତ୍ରୀଙ୍କର ମୃତ୍ୟୁ ହୋଇଛି କି ନାହିଁ ସ୍ପଷ୍ଟ ହେବା ପୂର୍ବରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ। ଆଜି ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟିଛି। ସେହିପରି ରାଜ୍ୟ ସରକାର ଆହତଙ୍କ ଅବସ୍ଥା ବୁଝିବା ଲାଗି ଏକ ୪ ଜଣିଆ ମେଡିକାଲ ଟିମ୍‌କୁ ବି ପଠାଇଛନ୍ତି।

Advertisment

ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି- “ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଏଠାରେ ଦିଆଯାଉଛି। ଜିଲ୍ଲା ପ୍ରଶାସନକୁ ମୁଁ ଧ୍ୟନ୍ୟବାଦ ଜଣାଉଛି। ଆହାତମାନେ ଶୀଘ୍ର ଆରୋଗ୍ୟ ହେବେ।”

ବିଜେଡି ପ୍ରତିନିଧି ଦଳର ସଦସ୍ୟ ପ୍ରତାପ ଦେବ କହିଛନ୍ତି- “ଜଗନ୍ନାଥଙ୍କ କୃପାରୁ ଓଡ଼ିଆ ଲୋକଙ୍କର ବେଶି କିଛି ଅସୁବିଧା ହୋଇନାହିଁ। ୫ ଜଣ ଆହତ ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୩ ଜଣ ଡିସ୍‌ଚାର୍ଜ ହୋଇ ସାରିଲେଣି। ଏବେ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି।”

ଅନ୍ୟପକ୍ଷରେ ଦୁର୍ଘଟଣାରୁ ମାଇଲେଜ୍ ନେବାକୁ ବିଜେପିର ବ୍ୟାକୁଳତା ବି କିଛି କମ୍‌ ନଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁ ପହଞ୍ଚୁ କହିଥିଲେ ଯେ, ଦିଲ୍ଲୀରେ ଥିବା ବିଧାୟକ ରବି ନାୟକଙ୍କୁ ଦୁର୍ଘଟଣାସ୍ଥଳକୁ ପଠାଇବା ସହ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଧର୍ମେନ୍ଦ୍ର ତାଙ୍କ ସହ ନିୟମିତ ସଂପର୍କରେ ରହିଥିବା ମଧ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନ୍। ଏପଟେ ବିଧାୟକ ରବି ନାୟକଙ୍କ ନେତୃତ୍ୱରେ ବିଜେପି ଟିମ୍ ମୁଜାଫନଗର ମେଡିକାଲ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ନାୟକ କହିଛନ୍ତି- “ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୁଁ ନିଜେ ଉପସ୍ଥିତି ଥିଲି। ପ୍ରଶାସନର ସହଯୋଗ ଓ ମେଡିକାଲରେ ଡାକ୍ତରଙ୍କ ତତ୍ପରତା ଦେଖି ମୋତେ ଖୁସି ଲାଗିଲା।”

ପୂର୍ବରୁ ମଧ୍ୟ ଅନେକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଯେଉଁଥିରେ ଓଡିଆ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ମୁଜାଫରନଗର ଦୁର୍ଘଟଣାକୁ ନେଇ ଉଭୟ ରାଜ୍ୟ ସରକାର ଓ ବିଜେପି ଯେଭଳି ତତ୍ପରତା ଦେଖାଇଛନ୍ତି ଆଗରୁ କେବେ ଦେଖିବାକୁ ମିଳି ନଥିଲା। ବାସ୍ତବରେ ଏହା ଯାତ୍ରୀଙ୍କ ପାଇଁ ସମବେଦନା ନା ନିଜ ଭିତରେ ରହିଥିବା ଅସୁରକ୍ଷିତ ଭାବନାର ପ୍ରତିଫଳନ ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି।