Advertisment

ରାଜା ମୃତ୍ୟୁ ମାମଲା: ଜେସିଙ୍କ ପଲିଗ୍ରାଫ୍ ଟେଷ୍ଟ୍ ଶେଷ

ଭୁବନେଶ୍ୱର: ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗତକାଲି ସୋର ପୋଲିସ୍‌ ଦ୍ୱାରା ଗିରଫ ହୋଇଥିବା ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ଓରଫ ଜେସିଙ୍କର ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନ୍‌ସିକ୍ ଲାବୋରଟୋରିରେ ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଛି। ଆଜି ଜେସିଙ୍କୁ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ସୋରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ସେ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌ରେ ରହିଥିଲେ। ଘଟଣାର ମୂଳରେ ପହଞ୍ଚିବା ଲାଗି ଜେସିଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ତଦନ୍ତ ଅଧକାରୀ। ପ୍ରୋଗ୍ରାମ୍ କୋ-ଅର୍ଡିନେଟର୍ […]

ଅଦ୍ୟତନ ହୋଇଛି
ରାଜା ମୃତ୍ୟୁ ମାମଲା: ଜେସିଙ୍କ ପଲିଗ୍ରାଫ୍ ଟେଷ୍ଟ୍ ଶେଷ

jesi

Advertisment

ଭୁବନେଶ୍ୱର: ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗତକାଲି ସୋର ପୋଲିସ୍‌ ଦ୍ୱାରା ଗିରଫ ହୋଇଥିବା ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ଓରଫ ଜେସିଙ୍କର ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନ୍‌ସିକ୍ ଲାବୋରଟୋରିରେ ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଛି। ଆଜି ଜେସିଙ୍କୁ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ସୋରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ସେ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ୍‌ରେ ରହିଥିଲେ। ଘଟଣାର ମୂଳରେ ପହଞ୍ଚିବା ଲାଗି ଜେସିଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ତଦନ୍ତ ଅଧକାରୀ। ପ୍ରୋଗ୍ରାମ୍ କୋ-ଅର୍ଡିନେଟର୍ ପ୍ରଳୟ ଜେନା ଓ ଡ୍ରାଇଭର୍ ଧନେଶ୍ୱର ବେହେରାଙ୍କ ବୟାନ୍ ତାଙ୍କ ବିରୋଧରେ ଯାଇଥିବାରୁ  ଜେସିଙ୍କ ପଲିଗ୍ରାଫ୍ ଟେଷ୍ଟ୍ କରାଯାଇଥିଲା। ଆବଶ୍ୟକ ପଡ଼ିଲେ ପ୍ରଳୟ ଓ ଧନେଶ୍ୱରଙ୍କର ମଧ୍ୟ ପଲିଗ୍ରାଫ୍  ଟେଷ୍ଟ୍ କରାଯିବ ବୋଲି ବାଲେଶ୍ୱର ଏସପି ନୀତିଶେଖର  କହିଛନ୍ତି। ପଲିଗ୍ରାଫ୍ ଟେଷ୍ଟ୍ ସରିବା ପରେ ତାଙ୍କୁ ପୋଲିସ୍ ସୋର ଫେରାଇ ନେଇଛି। ଜେସିଙ୍କୁ ଗତକାଲିଠାରୁ ସୋର ଜେଲ୍‌ରେ ରଖାଯାଇଛି। ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖିବାକୁ ଗତକାଲି ସୋର କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Advertisment

ଅନ୍ୟପଟେ ଆଜି କଟକ ବଡ଼ମ୍ୱାରେ ରାଜାଙ୍କ ଏକାଦଶାହ ପାଳନ କରାଯାଇଛି। ପୂଜ୍ୟପୂଜା ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶନ୍ନ ପାଟଶାଣୀ  ଓ ବହୁ କଳାକାର ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାଜା ପଟ୍ଟନାୟକଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ମଙ୍ଗଳବାର ଜେସିଙ୍କୁ ସୋର ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଆଇପିସି ଦଫା ୩୦୬ ଆଧାରରେ ମାମଲା ରୁଜୁ କରାଯାଇଛି। ଗିରଫ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ନାମମଞ୍ଜୁର କରି ୧୫ ଦିନ ପାଇଁ ୧୫ ଦିନିଆ ବିଚାରବିଭାଗୀୟ  ହାଜତକୁ ପଠାଇ ଦେଇଥିଲେ।

Advertisment

ଗତକାଲି ସୋର ପୋଲିସ୍ ଜେସିଙ୍କୁ ଗିରଫ କରିବା ପୂର୍ବରୁ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ଭୁବନେଶ୍ୱର ଆଣିଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କର ପଲିଗ୍ରାଫ୍ ଟେଷ୍ଟ୍ ହୋଇ ପାରି ନ ଥିଲା। ତେବେ ଜେସିଙ୍କ ସମେତ ଇଭେଣ୍ଟ କୋଅର୍ଡିନେଟର ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରା ପ୍ରାୟ ୫ ଘଣ୍ଟା ଧରି ରାଜ୍ୟ ଫରେନ୍‌ସିକ୍‌ ଲାବୋରଟୋରିରେ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe