Advertisment

ଘରେ ତିଆରି କରି ଖାଆନ୍ତୁ ‘ପଟାଟୋ ଟୋସ୍‌’

ଆବଶ୍ୟକ ସାମଗ୍ରୀ: ଆଳୁ, କନଫ୍ଲୋର, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ ଏବଂ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପଟାଟୋ ଟୋସ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ  ଆଳୁର ଚୋପା ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ଏହି ପାଣି ଗରମ ହେଲା ପରେ କାଟିଥିବା ଆଳୁ ଏଥିରେ ପକାଇ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଆଳୁ ସିଝିଗଲା […]

author-image
Rakesh Mallick
ଘରେ ତିଆରି କରି ଖାଆନ୍ତୁ ‘ପଟାଟୋ ଟୋସ୍‌’

potato

ଆବଶ୍ୟକ ସାମଗ୍ରୀ: ଆଳୁ, କନଫ୍ଲୋର, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ ଏବଂ ସ୍ୱାଦ ଅନୁସାରେ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପଟାଟୋ ଟୋସ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ  ଆଳୁର ଚୋପା ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ଏହି ପାଣି ଗରମ ହେଲା ପରେ କାଟିଥିବା ଆଳୁ ଏଥିରେ ପକାଇ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଆଳୁ ସିଝିଗଲା ପରେ ଗ୍ୟାସ ବନ୍ଦ କରି ଏକ ପ୍ଲେଟ୍‌ରେ ଛାଣି ବାହାର କରି ଦିଅନ୍ତୁ। ଆଳୁ ଥଣ୍ଡା ହେଲା ପରେ ଏଥିରେ କନଫ୍ଲୋର , ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ମଧ୍ୟମ ଆଞ୍ଚରେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଆଳୁ ମିଶ୍ରଣକୁ ଛୋଟ ଛୋଟ ଗୋଲ କରି ଏହାକୁ ଛାଣନ୍ତୁ। ଆଳୁର ରଙ୍ଗ ଲାଲ୍‌ ହେଲା ପରେ ଏହାକୁ ଏକ ପ୍ଲେଟ୍‌ରେ ରଖନ୍ତୁ। ତିଆରି ହୋଇଗଲା ପଟାଟୋ ଟୋସ୍‌। ଆପଣଙ୍କ ଏହାକୁ ଯେକୌଣସି ଚଟଣୀରେ ଗରମ ଗରମ ଖାଇ ପାରିବେ।