ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାକୁ ବରଗଡ ପ୍ରସ୍ତୁତ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରଗଡ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ମୋଦି ବରଗଡ ଚାଷୀ ସମାବେଶରେ ଯୋଗ ଦେବେ। ମୋଦିଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀ ବି ସମାବେଶରେ ସାମିଲ ହେବେ। ଆସନ୍ତାକାଲିର ଚାଷୀ ସମାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥିପାଇଁ ପୁରା ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପୁରା ବରଗଡ ସହରରେ ଦେଖାଦେଇଛି ମୋଦି ମାନିଆ। ସହର ସାରା ଛାଇ ଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

modi at baragard

Rakesh Mallick
  • Published: Saturday, 20 February 2016
  • , Updated: 21 February 2016, 02:37 AM IST

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରଗଡ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ମୋଦି ବରଗଡ ଚାଷୀ ସମାବେଶରେ ଯୋଗ ଦେବେ। ମୋଦିଙ୍କ ସହିତ ୩ କେନ୍ଦ୍ରମନ୍ତ୍ରୀ ବି ସମାବେଶରେ ସାମିଲ ହେବେ। ଆସନ୍ତାକାଲିର ଚାଷୀ ସମାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଏଥିପାଇଁ ପୁରା ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପୁରା ବରଗଡ ସହରରେ ଦେଖାଦେଇଛି ମୋଦି ମାନିଆ। ସହର ସାରା ଛାଇ ଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଟିମ୍‌ର ବଡ ବଡ ହୋଡିଂ, ବ୍ୟାନର ଓ ପୋଷ୍ଟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ବରଗଡ ସହର। ଚାରିଆଡେ ପୋଲିସ ଛାଉଣୀରେ ପରିଣତ ହୋଇଛି। ଆଜି କାରକେଡ୍‌ ମକଡ୍ରିଲ୍ ବି ହୋଇଛି। ପୁରା ଅଞ୍ଚଳରେ ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ତା ଛଡା ସ୍ପେଶାଲ ପ୍ରୋଟେକ୍ଟସନ୍ ଗ୍ରୁପ୍ ବା ଏସପିଜି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ। ଆଜି ଏଡିଜି ହେଡକ୍ୱାଟର୍ସ ସତ୍ୟଜିତ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।

ଅନ୍ୟପକ୍ଷରେ ସର୍କସ ପଡିଆରେ ପ୍ରାୟ ୩୫ ଏକର ପରିମିତ ସ୍ଥାନରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳରେ ୨ଟି ମଞ୍ଚ କରାଯାଇଛି। ବିଜେପିର ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ଓ ରାଧାମୋହନ ସିଂହ ଉପସ୍ଥିତ ରହିବେ। ଅନ୍ୟମଞ୍ଚରେ ରାଜ୍ୟ ବିଜେପିର ନେତାମାନେ ବସିବେ ବୋଲି କହିଛନ୍ତି।  ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ବି ଚଳଚଞ୍ଚଳ। ବରଗଡରେ ଦଳର ହେଭିୱେଟ୍ ନେତା ଡେରା ପକାଇଛନ୍ତି। କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡରେ ପହଞ୍ଚିଛନ୍ତି। ଆନ୍ତଃରାଜ୍ୟ କୃଷି ଓ ଉଦ୍ୟାନ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ।

ଅନ୍ୟପକ୍ଷରେ ଏହି ସମାବେଶରେ ଯୋଗଦେବେ ନାହିଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା।

Related story