Advertisment

ଓସ୍କାର ବିରୋଧରେ ଇଓଡବ୍ଲ୍ୟୁ ନିକଟରେ ଫେରାଦ ହେଲେ ମହାରାଷ୍ଟ୍ରର ଜମାକାରୀ

ଭୁବନେଶ୍ୱର: ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କ ପାଇଁ ଅଡ଼ୁଆ ବଢ଼ିଲା। ମହାରାଷ୍ଟ୍ରର ପ୍ରାୟ ୧୫ ଜଣ ଜମାକାରୀ ଆଜି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଓସ୍କାର ଚିଟ୍‌ଫଣ୍ଡ୍ କଂପାନୀ ମହାରାଷ୍ଟ୍ରରେ ପ୍ରାୟ ୬ଟି ଅଫିସ୍ ଖୋଲି ପାଖାପାଖି ୧୫ କୋଟି ଟଙ୍କା ଠକେଇ କରିଛି। ଏହି ଜମାକାରୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଗୁଜରାଟରେ କଂପାନୀର ଏକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ। ସେହି […]

ଅଦ୍ୟତନ ହୋଇଛି
ଓସ୍କାର ବିରୋଧରେ ଇଓଡବ୍ଲ୍ୟୁ ନିକଟରେ ଫେରାଦ ହେଲେ ମହାରାଷ୍ଟ୍ରର ଜମାକାରୀ

pravat

Advertisment

ଭୁବନେଶ୍ୱର: ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କ ପାଇଁ ଅଡ଼ୁଆ ବଢ଼ିଲା। ମହାରାଷ୍ଟ୍ରର ପ୍ରାୟ ୧୫ ଜଣ ଜମାକାରୀ ଆଜି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଓସ୍କାର ଚିଟ୍‌ଫଣ୍ଡ୍ କଂପାନୀ ମହାରାଷ୍ଟ୍ରରେ ପ୍ରାୟ ୬ଟି ଅଫିସ୍ ଖୋଲି ପାଖାପାଖି ୧୫ କୋଟି ଟଙ୍କା ଠକେଇ କରିଛି।

Advertisment

ଏହି ଜମାକାରୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଗୁଜରାଟରେ କଂପାନୀର ଏକ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ଓଲିଉଡ୍ କଳାକାର ଉତ୍ତମ ମହାନ୍ତି, ପପୁ ପମ୍ ପମ୍ ଓ କାଜଲ ମିଶ୍ର ଯୋଗ ଦେଇ କଂପାନୀ ପାଇଁ ପ୍ରଚାର କରିଥିଲେ। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ କଂପାନୀ ପାଇଁ ପ୍ରଚାର କରିଥିଲେ।

ଜଣେ ଜମାକାରୀ କହିଛନ୍ତି,“ଓସ୍କାର ଚିଟ୍‌ଫଣ୍ଡ୍ ସଂସ୍ଥାରେ ଟଙ୍କା ଲଗାଇବା ପାଇଁ ପପୁ ପମ୍ ପମ୍ ଆମକୁ କହିଥିଲେ। ଏଥିରେ ଟଙ୍କା ସୁରକ୍ଷିତ ରହିବ ବୋଲି ସେ କହିଥିଲେ। ସେହିଭଳି ଅର୍ଚ୍ଚିତା ମଧ୍ୟ ଏଥିରେ ଟଙ୍କା ରଖିବାକୁ କହିଥିଲେ।”

Advertisment

ଏ ଅଭିଯୋଗ ନେଇ ଉତ୍ତମ ମହାନ୍ତି କହିଛନ୍ତି,“ଓସ୍କାର ଚିଟ୍‌ଫଣ୍ଡ୍ କଂପାନୀରେ ଟଙ୍କା ଲଗାଇବା ପାଇଁ ମୁଁ କହିଥିଲି ବୋଲି ପ୍ରମାଣ ଦେଲେ ମୁଁ ଯେକୌଣସି ଦଣ୍ଡକୁ ଗ୍ରହଣ କରି ନେବି। ଅଭିଯୋଗ କରିବା ପୂର୍ବରୁ ସେମାନେ ଘଟଣାର ସତ୍ୟାସତ୍ୟ ନିରୀକ୍ଷଣ କରିବା ଉଚିତ୍।’

କ୍ରାଇମବ୍ରାଞ୍ଚ ମହାରାଷ୍ଟ୍ରର ଏହି ଜମାକାରୀଙ୍କ ବୟାନ ରେକର୍ଡ କରିଛି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୁଜରାଟର ସୁରତ ଯାଇ ଓସ୍କାର କେଳେଙ୍କାରୀର ଛାନ୍‌ଭିନ୍ ଚଳାଇଛି। ୨୦୧୩ରୁ ୨୦୧୫ ମଧ୍ୟରେ ଗୁଜରାଟରୁ କଂପାନୀ ପ୍ରାୟ ୧୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe