Advertisment

ଘରେ କେମିତି କରିବେ ଆଳୁ ଭୁଜିଆ

ଆବଶ୍ୟକ ସାମଗ୍ରୀ: ଆଳୁ, ବେସନ, ହଳଦୀ, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ, ଡାଲଚିନି ପାଣି , ଗୁଜୁରାତି ପାଉଡର, ତେଲ ଓ ଚାର୍ଟ୍‌ ମସଲା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ ଯେପରି ମୁଣ୍ଡା ରହି ନଯାଏ। ଏବେ ଏଥିରେ ହଳଦୀ, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ ଓ ଅଳ୍ପ ତେଲ ଦେଇ ଭଲ ଭାବେ ଚକଟି କିଛି ସମୟ ଛାଡି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଏବେ […]

author-image
Rakesh Mallick
ଘରେ କେମିତି କରିବେ ଆଳୁ ଭୁଜିଆ

food

ଆବଶ୍ୟକ ସାମଗ୍ରୀ: ଆଳୁ, ବେସନ, ହଳଦୀ, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ, ଡାଲଚିନି ପାଣି , ଗୁଜୁରାତି ପାଉଡର, ତେଲ ଓ ଚାର୍ଟ୍‌ ମସଲା

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ ଯେପରି ମୁଣ୍ଡା ରହି ନଯାଏ। ଏବେ ଏଥିରେ ହଳଦୀ, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ ଓ ଅଳ୍ପ ତେଲ ଦେଇ ଭଲ ଭାବେ ଚକଟି କିଛି ସମୟ ଛାଡି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଏବେ ଭୁଜିଆ ଛାଞ୍ଚରେ ଭଲ ଭାବେ ତେଲ ଲଗାଇ ଦିଅନ୍ତୁ। ଭୁଜିଆ ଛାଞ୍ଚରେ ଆଳୁ ଚକଟାକୁ ରଖି ଭୁଜିଆ ଆକାରରେ ତେଲରେ ପକାନ୍ତୁ। ଭୁଜିଆ ବାଦାମୀ ରଙ୍ଗ ହେବା ଯାଏଁ  ଛାଣନ୍ତୁ। ବାଦାମୀ ରଙ୍ଗର ହେଇଗଲେ ଭୁଜିଆକୁ ତେଲରୁ କାଢି ଏକ ପାତ୍ରରେ ରଖିଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଚାଟ୍‌ ମସଲା ପକାଇ ଖାଆନ୍ତୁ।