Advertisment

ସୁଆଦିଆ ହାଇଦ୍ରାବାଦୀ ମାଂସ ତରକାରୀ

ଆବଶ୍ୟକ ସାମଗ୍ରୀ: ମାଂସ, ଅଦା ରସୁଣ ପେଷ୍ଟ୍‌, ଆଳୁ, ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ମିଟ୍‌ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଗରମ ମସଲା, ଲୁଣ, ତେଜପତ୍ର, ଅଳେଇଚ, କଟା ଆଳୁ, ଟମାଟୋ ପେଷ୍ଟ ଓ ଧନିଆ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରେସର କୁକର ବା ଅନ୍ୟ କୌଣସି ରନ୍ଧନ ପାତ୍ରରେ ସୋରିଷ ତେଲ ଗରମ କରି ସେଥିରେ କଞ୍ଚା ଖାସି ମାଂସ, କଟା ପିଆଜ, ଅଦା ରସୁଣ ପେଷ୍ଟ, ହଳଦୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୁଆଦିଆ ହାଇଦ୍ରାବାଦୀ ମାଂସ ତରକାରୀ

mutton

ଆବଶ୍ୟକ ସାମଗ୍ରୀ: ମାଂସ, ଅଦା ରସୁଣ ପେଷ୍ଟ୍‌, ଆଳୁ, ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ମିଟ୍‌ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଗରମ ମସଲା, ଲୁଣ, ତେଜପତ୍ର, ଅଳେଇଚ, କଟା ଆଳୁ, ଟମାଟୋ ପେଷ୍ଟ ଓ ଧନିଆ ପତ୍ର।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରେସର କୁକର ବା ଅନ୍ୟ କୌଣସି ରନ୍ଧନ ପାତ୍ରରେ ସୋରିଷ ତେଲ ଗରମ କରି ସେଥିରେ କଞ୍ଚା ଖାସି ମାଂସ, କଟା ପିଆଜ, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ମିଟ୍‌ ମସଲା, ଗରମ ମସଲା ଗୁଣ୍ଡ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ସେଥିରେ ଟୋମାଟୋ ପ୍ୟୁରି ବା ବଟା ଟମାଟୋ ଗୋଟା ଅଳେଇଚ ଏବଂ କଟା ଆଳୁକୁ ପକାନ୍ତୁ। ଶେଷରେ କିଛି ପାଣି ଦେଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ। ଧୀମା ଆଞ୍ଚରେ ମାଂସ ସିଝିବାକୁ ଦିଅନ୍ତୁ। ମାଂସ ସିଝି ଆସିଲେ ମିଟ୍ ମସଲା ଓ କଟା ଧନିଆ ପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ହାଇଦ୍ରାବାଦୀ ମାଂସ ତରକାରୀ।