Advertisment

ଘରେ ବନାନ୍ତୁ ‘ପୁରନ୍‌ ପୋଲି’

ଆବଶ୍ୟକ ସାମଗ୍ରୀ: ବୁଟ ଡାଲି, ମଇଦା, ଘିଅ, ଚିନି, ଗୁଜୁରାତି ଗୁଣ୍ଡ, କଟା ଜାଇଫଳ, ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୩୦ ମିନିଟ୍ ଆଗରୁ କିଛି ବୁଟ ଡାଲି ବତୁରାଇ ଦିଅନ୍ତୁ। ପରେ ପ୍ରେସର କୁକରରେ ବତୁରା ଯାଇଥିବା ବୁଟ ଡାଲିକୁ ପାଣି ଦେଇ ଚୁଲିରେ ବସାନ୍ତୁ। ୩ରୁ ୪ଟି ହ୍ୱିସିଲ୍‌ ଆସିବା ପରେ କାଢ଼ି ଦିଅନ୍ତୁ। ବର୍ତ୍ତମାନ ଏଥିରୁ ପାଣି କାଢ଼ି ଦେଇ ଡାଲିକୁ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଏହି ଚକଟା […]

ଘରେ ବନାନ୍ତୁ ‘ପୁରନ୍‌ ପୋଲି’

food

Advertisment

ଆବଶ୍ୟକ ସାମଗ୍ରୀ: ବୁଟ ଡାଲି, ମଇଦା, ଘିଅ, ଚିନି, ଗୁଜୁରାତି ଗୁଣ୍ଡ, କଟା ଜାଇଫଳ, ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୩୦ ମିନିଟ୍ ଆଗରୁ କିଛି ବୁଟ ଡାଲି ବତୁରାଇ ଦିଅନ୍ତୁ। ପରେ ପ୍ରେସର କୁକରରେ ବତୁରା ଯାଇଥିବା ବୁଟ ଡାଲିକୁ ପାଣି ଦେଇ ଚୁଲିରେ ବସାନ୍ତୁ। ୩ରୁ ୪ଟି ହ୍ୱିସିଲ୍‌ ଆସିବା ପରେ କାଢ଼ି ଦିଅନ୍ତୁ। ବର୍ତ୍ତମାନ ଏଥିରୁ ପାଣି କାଢ଼ି ଦେଇ ଡାଲିକୁ ଭଲଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଏହି ଚକଟା ଡାଲି, ଚିନି, ଗୁଜୁରାତି ଗୁଣ୍ଡ, କଟା ଜାଇଫଳ ପକାଇ ଅଳ୍ପ ଆଞ୍ଚରେ ବସାନ୍ତୁ। ପାଣି ମରିବା ଯାଏଁ ରାନ୍ଧନ୍ତୁ। ପରେ ଏହାକୁ କାଢ଼ି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ ପାତ୍ରରେ ମଇଦା, ଘିଅ, ଲୁଣ ଓ ପାଣି ଦେଇ ଭଲ ଭାବେ ଟକଟନ୍ତୁ। ଚକଟି ସାରିବା ପରେ ଏହାକୁ ଏକ ସଫା ଭିଜା କପଡ଼ାରେ ୩୦ ମିନିଟ୍‌ ଯାଏଁ ଗୁଡ଼େଇ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଗୋଳା କରି ଚୋଟ ରୁଟି ଭଳି ବେଲନ୍ତୁ। ବର୍ତ୍ତମାନ ଏଥିରେ ପ୍ରସ୍ତୁତ ହୋଇଥିବା ଡ଼ାଲି ପୁରକୁ ଭର୍ତ୍ତୀ କରି ବେଲନ୍ତୁ। ବେଲିସାରିବା ପରେ ଏହାକୁ ଘିଅ କିମ୍ବା ତେଲ ଦେଇ ପରଟା ଭଳି ଦୁଇପଟ ସେଖନ୍ତୁ। ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ପୁରନ୍ ପୋଲି। ଏହାକୁ ଗରମ ଗରମ ଦହି ସହ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe