Advertisment

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା

ଆବଶ୍ୟକ ସାମଗ୍ରୀ- ବ୍ରେଡ୍‌, ବେସନ, ଛେନା, ଶିମଲା ଲଙ୍କା, ବିଲାତି, ଧନିଆ ଚଟଣୀ, ଟମାଟୋ ସସ୍, ଗୋଲମରିଚ, ଲୁଣ, ଲଙ୍କା ଗୁଣ୍ଡ, ବେକିଂ ସୋଡା, ତେଲ ଏବଂ ଅରଗାନୋ। ପ୍ରସ୍ତୁତି ପ୍ରଣାଳୀ- ବେସନ ଗୋଟେ ପାତ୍ରକୁ କାଢି ନିଅନ୍ତୁ। ସେଥିରେ ଟିକେ ପାଣି, ଲୁଣ, ଅରଗାନୋ ‌ଓ ଲଙ୍କା ଗୁଣ୍ଡ ମିଶାଇ ଗୋଳାନ୍ତୁ। ଏହାପରେ ବ୍ରେଡ୍ ପିସ୍ ଆଣି ଟିକେ ଟମାଟୋର ସସ୍ ଲଗାଇ ଦିଅନ୍ତୁ। ଏହା ଉପରେ ଟିକେ ଛେନା, କଟା କ୍ୟାପ୍ସିକମ୍, କଟା ବିଲାତି, […]

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା

bread pizza pakoda

Advertisment

ଆବଶ୍ୟକ ସାମଗ୍ରୀ- ବ୍ରେଡ୍‌, ବେସନ, ଛେନା, ଶିମଲା ଲଙ୍କା, ବିଲାତି, ଧନିଆ ଚଟଣୀ, ଟମାଟୋ ସସ୍, ଗୋଲମରିଚ, ଲୁଣ, ଲଙ୍କା ଗୁଣ୍ଡ, ବେକିଂ ସୋଡା, ତେଲ ଏବଂ ଅରଗାନୋ।

Advertisment

ପ୍ରସ୍ତୁତି ପ୍ରଣାଳୀ- ବେସନ ଗୋଟେ ପାତ୍ରକୁ କାଢି ନିଅନ୍ତୁ। ସେଥିରେ ଟିକେ ପାଣି, ଲୁଣ, ଅରଗାନୋ ‌ଓ ଲଙ୍କା ଗୁଣ୍ଡ ମିଶାଇ ଗୋଳାନ୍ତୁ। ଏହାପରେ ବ୍ରେଡ୍ ପିସ୍ ଆଣି ଟିକେ ଟମାଟୋର ସସ୍ ଲଗାଇ ଦିଅନ୍ତୁ। ଏହା ଉପରେ ଟିକେ ଛେନା, କଟା କ୍ୟାପ୍ସିକମ୍, କଟା ବିଲାତି, ଗୋଲମରିଚ, ଲୁଣ, ଓ ଅରଗାନୋ ପକାନ୍ତୁ। ଆଉ ଏକ ବ୍ରେଡ୍ ପିସ୍‌ ଆଣି ସେଥିରେ ଟିକେ ଧନିଆ ଚଟଣୀ ଲଗାଇ ଦିଅନ୍ତୁ ଓ ସେହି ବ୍ରେଡ୍‌କୁ ନେଇ ମସଲା ଥିବା ବ୍ରେଡ୍‌ରେ ଘୋରାଇ ଦିଅନ୍ତୁ। ମସଲା ବ୍ରେଡ୍‌ ପିସ୍‌କୁ କାଟିକି ଚାରିଭାଗ କରିଦିଅନ୍ତୁ। କଡାଇରେ ତେଲ ଗରମ କରନ୍ତୁ। ପୂର୍ବରୁ ପ୍ରସ୍ତୁତ ଥିବା ବେସନରେ ଟିକେ ବେକିଂ ସୋଡା ପକାଇ ଗୋଲାଇ ଦିଅନ୍ତୁ। କଡାଇରେ ଗରମ ଥିବା ତେଲରେ କଟା ଯାଇଥିବା ବ୍ରେଡ୍‌ ପିସ୍‌କୁ ବୋସନରେ ଗୋଲାଅ ତେଲରେ ପକାନ୍ତୁ। ବ୍ରେଡ୍ ଟିକେ ନାଲି ହେବା ପରେ ଛାଣି ଦିଅନ୍ତୁ। ଏହା ପରେ ଗରମା ଗରମ ବ୍ରେଡ୍ ପିଜା ପକୋଡାକୁ ଟମାଟୋର କିମ୍ବା ଚିଲି ସସ୍ ସହ ଖାଇବାକୁ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe